www.samajalive.in
Sunday, December 14, 2025
14.1 C
Bhubaneswar

ବାଜପେୟୀଙ୍କ ବିୟୋଗରେ ଲୋକ ସେବକ ମଣ୍ଡଳ ଅଧ୍ୟକ୍ଷଙ୍କ ଶୋକ

କଟକ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକ ବାର୍ତ୍ତାରେ ଶ୍ରୀ ମାଲବ୍ୟ କହିଛନ୍ତି ଯେ, ଦେଶରେ ଗଣତନ୍ତ୍ର ଦ୍ୱାରା ସ୍ଥାପନ କରାଯାଇଥିବା ମୂଲ୍ୟବୋଧକୁ ବାଜପେୟୀ ଅକ୍ଷୁର୍ଣ୍ଣ ରଖିଥିଲେ। ଅଟଳ ଜୀ ନିଜ ପଦ ମାଧ୍ୟମରେ ଗଣତାନ୍ତ୍ରିକ ଶାସନ ପ୍ରଣାଳୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧିକୁ ଆହୁରି ଆଗକୁ ବଢ଼ାଇଥିଲେ। ସେ କେବଳ ଜଣେ ରାଜ ନେତା ନ ଥିଲେ, ରାଜନୀତି ତାଙ୍କ ବ୍ୟକ୍ତିତ୍ୱର ଏକ ଅଂଶ ଥିଲା। ସେ ଜଣେ ପ୍ରଖ୍ୟାତ ସାମ୍ବାଦିକ ଏବଂ କବି ଥିଲେ। ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି।
ସେ କହିଛନ୍ତି ଅଟଳ ଜୀ ଜଣେ ସର୍ବଗ୍ରାହୀ ନେତା ଥିଲେ । ବିଶାଳ ହୃଦୟ ଏବଂ ଚିନ୍ତାଧାରା ଯୋଗୁଁ ପ୍ରତ୍ୟକ ଦଳ ଓ ସମାଜ ତାଙ୍କୁ ସ୍ୱୀକାର କରୁଥିଲେ। ତାଙ୍କ ବିଚାରଧାରା ଦେଶର ରାଜନୀତିକୁ ମାର୍ଗ ଦର୍ଶନ କରି ଚାଲିଥିବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories