www.samajalive.in
Tuesday, December 9, 2025
15.1 C
Bhubaneswar

୫୮ ବର୍ଷରେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ଶାସ୍ତ୍ରୀଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। କୋହଲି ଟ୍ବିଟର ପେଜ୍‌ରେ ନିଜ ସହିତ ରବି ଶାସ୍ତ୍ରୀ ଓ ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋ ଅପଲୋଡ୍ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରବି ଭାଇ ଜନ୍ମଦିନର ଶୁଭେଚ୍ଛା , ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ବୋଲି କୋହଲି ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ସେହିପରି ରାହାଣେ ମଧ୍ୟ ଶାସ୍ତ୍ରୀଙ୍କ ସହିତ ଏକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛ​‌। ଜଣାଇଛନ୍ତି। ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ , ସୁରେଶ ରାଇନା ପ୍ରମୁଖ ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘାୟୁ କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚାଇନାମ୍ୟାନ ବୋଲର କୁଳଦୀପ୍‌ ଯାଦବ ନିଜ ସହିତ ଶାସ୍ତ୍ରୀ ଓ ଧୋନିଙ୍କ ଫଟୋକୁ ଟ୍ବିଟ୍‌ ପେଜରେ ଅପ୍‌ଲୋଡ୍‌ କରିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳର ମନୋନୟନ କମିଟି ଅଧ୍ୟକ୍ଷ ସୁନୀଲ ଯୋଷୀ ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ରବି ଶାସ୍ତ୍ରୀ ୮୦ଟି ଟେଷ୍ଟ ମ୍ୟାଚ ଖେଳି ୩୮୩୦ରନ ଓ ୧୫୦ଟି ଏକଦିବସୀୟ ମ୍ୟାଚ ଖେଳି ୩୧୦୮ରନ କରିଛନ୍ତି। ପ୍ରଥମ ସ୍ପିନର ଭାବେ ଟେଷ୍ଟରେ ୧୫୧ଟି ୱିକେଟ ଓ ଏକଦିବସୀୟ କ୍ରିକେଟରେ ୧୨୯ଟି ୱିକେଟ ହାସଲ କରିଥିଲେ। ୧୯୮୩ ଇଂଲଣ୍ଡରେ ଆୟୋଜିତ ବିଶ୍ବକପରେ ଚମ୍ପିଆନ ଭାରତୀୟ ଦଳର ସଦସ୍ୟ ଥିଲେ। ଜଣେ କ୍ରିକେଟର ଭାବେ ସେ ଭାରତକୁ ଅନେକ ସିରିଜ୍‌ ଜିତାଇଥିଲେ। କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ଭାଷ୍ୟକାର, ଟିମ୍‌ ମ୍ୟାନେଜର ଏବଂ ପ୍ରଶିକ୍ଷକ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି। ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୧୧ ଆଇସିସି ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିବାବେଳେ ଶାସ୍ତ୍ରୀ ଭାଷ୍ୟକାର ଦାୟିତ୍ବ ତୁଲାଉଥିଲେ। ଶାସ୍ତ୍ରୀ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପ ପର୍ୟ୍ୟନ୍ତ ନିଯୁକ୍ତ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories