www.samajalive.in
Monday, December 15, 2025
26.1 C
Bhubaneswar

୩ ମାସ ପାଇଁ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଦେଇଛି ୨.୦୫କୋଟି ଟଙ୍କା

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‍ ଦଳ ଟେଷ୍ଟ ସିରିଜ୍‍ରେ ପରାଜିତ ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନା କରାଯାଉଥିବା ବେଳେ ବିସିସିଆଇ ତରଫରୁ ତାଙ୍କୁ ୩ ମାସ ପାଇଁ ୨.୦୫ କୋଟି ଟଙ୍କା ପାରିଶ୍ରମିକ ବାବଦକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ବିସିସିଆଇ ୱେବସାଇଟ୍‍ରୁ ମିଳିଥିବା ସୂଚନାନୁଯାୟୀ ୧୮.୭.୨୦୧୮ରୁ ୧୭.୧୦.୨୦୧୮ ପର୍ଯ୍ୟନ୍ତ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ୨.୦୫ କୋଟି ଟଙ୍କା ପ୍ରଦାନ କରିଛି। ସେହିପରି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍‍ ନିମନ୍ତେ ମ୍ୟାଚ୍‍ ଫି’ ଏବଂ ଆଇସିସିରୁ ମିଳିଥିବା ପୁରସ୍କାର ରାଶିର ଅଂଶ ଭାବେ ୧ କୋଟି ୨୫ ଲକ୍ଷ ୪ ହଜାର ୯୬୪ ଟଙ୍କା ପ୍ରଦାନ କରାଯାଇଥିବା ବିସିସିଆଇ ୱେବସାଇଟ୍‍ରୁ ଜଣାପଡ଼ିଛି।
ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୫୦ ଲକ୍ଷ ୫୯ ହଜାର ୭୨୬ ଓ ୬୦ ଲକ୍ଷ ୭୫ ହଜାର ଟଙ୍କା, ଚେତେଶ୍ୱର ପୂଜାରାଙ୍କୁ ୨୯ ଲକ୍ଷ ୨୭ ହଜାର ୭୦୦, ୬୦ ଲକ୍ଷ ୮୦ ହଜାର ୭୨୫, ୯୨ ଲକ୍ଷ ୩୭ହଜାର ୩୨୯ ଓ ୧ କୋଟି ୧ ଲକ୍ଷ ୨୫ ହଜାର ଟଙ୍କା, ଈଶାନ୍ତ ଶର୍ମାଙ୍କୁ ୫୫ ଲକ୍ଷ ୪୨ ହଜାର ୩୯୭, ୨୯ ଲକ୍ଷ ୨୭ ହଜାର ୭୦୦, ୪୮ ଲକ୍ଷ ୪୪ ହଜାର ୬୪୪ ଟଙ୍କା, ଯଶପ୍ରୀତ୍‍ ବୁମରାଙ୍କୁ ୧ କୋଟି ୧୩ ଲକ୍ଷ ୪୮ ହଜାର ୫୭୩, ୬୦ ଲକ୍ଷ ୭୫ ହଜାର, କୁଲଦୀପ ଯାଦବଙ୍କୁ ୨୫ ଲକ୍ଷ ୪ ହଜାର ୪୫୨, ପାର୍ଥିବ ପଟେଲଙ୍କୁ ୪୩ ଲକ୍ଷ ୯୨ ହଜାର ୬୪୧, ଦିନେଶ କାର୍ତ୍ତିକଙ୍କୁ ୫୩ ଲକ୍ଷ ୪୨ ହଜାର ୬୭୨ ଓ ୬୦ ଲକ୍ଷ ୭୫ ହଜାର, ଭୁବନେଶ୍ୱର କୁମାରଙ୍କୁ ୫୬ ଲକ୍ଷ ୮୩ ହଜାର ୮୪୮, ୨୭ ଲକ୍ଷ ୧୪ ହଜାର ୫୬, ୧ କୋଟି ୧୮ ଲକ୍ଷ ୬ ହଜାର ୨୭, ୨୯ ଲକ୍ଷ ୨୭ ହଜାର ୭୦୦, ୧ କୋଟି ୪୧ ଲକ୍ଷ ୭୫ ହଜାର ଟଙ୍କା, ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ଙ୍କୁ ୫୨ ଲକ୍ଷ ୭୦ ହଜାର ୭୨୫, ୯୨ ଲକ୍ଷ ୩୭ ହଜାର ୩୨୯, ୨୯ ଲକ୍ଷ ୨୭ ହଜାର ୭୦୦, ୧ କୋଟି ୧ ଲକ୍ଷ ୨୫ ହଜାର ଟଙ୍କା, ରୋହିତ ଶର୍ମାଙ୍କୁ ୫୬ ଲକ୍ଷ ୯୬ ହଜାର ୮୦୮, ୩୦ ଲକ୍ଷ ୭୦ ହଜାର ୪୫୫, ୨୫ ଲକ୍ଷ ୧୩ ହଜାର ୪୪୨ ଏବଂ ୨୯ ଲକ୍ଷ ୨୭ ହଜାର ୭୦୦ ଟଙ୍କା, ୟୁଜବେନ୍ଦ୍ର ଚହଲ୍‍ଙ୍କୁ ୨୫ ଲକ୍ଷ ୫ହଜାର ୪୫୨, ୫୩ ଲକ୍ଷ ୪୨ ହଜାର ୬୭୨ ଓ ୬୦ ଲକ୍ଷ ୭୫ ହଜାର ଟଙ୍କା, ଋଦ୍ଧିମାନ ଶାହାଙ୍କୁ ୪୪ ଲକ୍ଷ ୩୪ ହଜାର ୮୦୫ ଟଙ୍କା, ଶିଖର ଧାୱନ୍‍ଙ୍କୁ ୧ କୋଟି ୧୨ ଲକ୍ଷ ୨୩ ହଜାର ୪୯୩, ୨୭ ଲକ୍ଷ ଓ ୧ କୋଟି ୪୧ ଲକ୍ଷ ୭୫ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା ବିସିସିଆଇ ୱେବସାଇଟ୍‍ରୁ ଜଣାପଡ଼ିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories