www.samajalive.in
Monday, December 15, 2025
16.1 C
Bhubaneswar

ପ୍ରତିଭା ରାୟ, ପ୍ରଫୁଲ୍ଲ ଜେନା ଓ ବିଭୁଧେନ୍ଦ୍ର ମିଶ୍ରଙ୍କୁ ‘ରେଭେନ୍ସା ରତ୍ନ’

କଟକ : ରେଭେନ୍‌ସା ସେଭେନ ପିଲାର ଅଫ ଉିଜଡମ ଆନେକ୍ସ-୧ରେ ଟି.ଇ. ରେଭେନ୍ସାଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଫାଇଟ୍‍ ଫର୍‍ଦି ଫାଉଣ୍ଡର ଅଫ୍‍ ରେଭେନ୍ସା ଇନଷ୍ଟିଚ୍ୟୁସନ୍ସ ଟ୍ରଷ୍ଟ’ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଉତ୍ସବକୁ ଉଦ୍‍ଘାଟନ କରିଥିଲେ।
ଆବାହକ ପ୍ରକାଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କୁଳପତି ପ୍ରଫେସର ଈଶାନ ପାତ୍ର ଯୋଗଦେଇଥିଲେ। ପଦ୍ମଶ୍ରୀ ଡ. ପ୍ରତିଭା ରାୟ, ପଦ୍ମଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନାଏବଂ ମରଣୋତ୍ତର ଭାବେ ଡ. ବିଭୁଧେନ୍ଦ୍ର ମିଶ୍ରଙ୍କୁ ‘ରେଭେନ୍ସା ରତ୍ନ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରଫେସର ଡା. ସିଦ୍ଧାର୍ଥ ଦାସ ଏବଂ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ‘ରେଭେନ୍ସା ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ସମାଜସେବୀ ଲିଙ୍କନ ସୁବୁଦ୍ଧି, ଯୁବନେତା ସ୍ମୃତିରଞ୍ଜନ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଏବଂ ଯୁବନେତା ହରି ଶଙ୍କର ରାଉତଙ୍କୁ ‘ରେଭେନ୍‍ସା ଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥିମାନେ ‘ରେଭେନ୍ସା ରତ୍ନ-୨୦୨୦’ ସ୍ମରଣିକା ଉନ୍ମୋଚନ କରିଥିଲେ। ସଂଗଠନର ଅଧ୍ୟକ୍ଷ ସନ୍ତୋଷ ମହାରଣା ସ୍ୱାଗତ ଭାଷଣ ଓ ଆଲୁମିନି ସମ୍ପାଦକ ଜଗନ୍ନାଥ ମହାନ୍ତି ବିବରଣୀ ପାଠ କରିଥିଲେ। ରେଭେନ୍ସା ଜେଏମ୍‍ସି ଛାତ୍ରଛାତ୍ରୀଙ୍କ ଦ୍ବାରା ନାଟକ ‘କର୍ତ୍ତବ୍ୟ’ ମଞ୍ଚସ୍ଥ ହୋଇଥିଲା। ପୂଜାରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରହଲ୍ଲାଦ ସାହୁ, ଆଶୁତୋଷ ପାତ୍ର, ବିଚିତ୍ରାନନ୍ଦ କାଣ୍ଡି, ତୁଷାର ସ୍ୱାଇଁ, ବୈଜୟନ୍ତୀ ନାୟକ, ପ୍ରଭଞ୍ଜନ ମିଶ୍ର, ତୁଷାର ସ୍ୱାଇଁ, ପ୍ରଦୀପ ବେହେରା, ତପନ ପରିଡ଼ା, ମନୋଜ ରାଉତ, ଅନିନ୍ଦିତା ଜେନା, ଅବିନାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories