www.samajalive.in
Monday, December 15, 2025
26.1 C
Bhubaneswar

୧୫ରେ ରେଭେନ୍ସା ସମାବର୍ତ୍ତନ ସମାରୋହ: ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟରେଟ, ୩୨୯ ବିଦ୍ୟାର୍ଥୀ ପାଇବେ ଡିଗ୍ରୀ

କଟକ: ଆଉ ଦିନକ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହ। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯିବ। ୩ ଶିକ୍ଷାବର୍ଷର ୩୨୯ କୃତୀ ଛାତ୍ରଛାତ୍ରୀ ଏହି ସମାରୋହରେ ଡିଗ୍ରୀ, ସ୍ବର୍ଣ୍ଣପଦକ ସହ ପୁରସ୍କୃତ ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅତିଥି ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍‌ପାଟି ଏହି ସମାରୋହରେ ଅଧ୍ୟକ୍ଷତା କରିବେ ବୋଲି ରବିବାର ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ହଲ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ୧୩ତମ ସମାବର୍ତ୍ତନ ସମାରୋହ ମଙ୍ଗଳବାର ସେଭେନ୍‌ ପିଲାର ଅଫ ୱିଜ୍‌ଡମସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଚଳିତଥର ଏହି ସମାରୋହରେ ୨୦୨୩ ଶିକ୍ଷାବର୍ଷର ୧୦୬ ବିଦ୍ୟାର୍ଥୀ ପୁରସ୍କୃତ ହେବେ। ତନ୍ମଧ୍ୟରୁ ୨୯ ଜଣଙ୍କୁ ସ୍ନାତକ ସ୍ବର୍ଣ୍ଣପଦକ, ୨ ସର୍ବୋତ୍ତମ ସ୍ନାତକ, ୩୨ ସ୍ନାତକୋତ୍ତର ସ୍ବର୍ଣ୍ଣପଦକ, ୪୨ ପିଏଚଡି ସନନ୍ଦ ଏବଂ ୧ ଡିଲିଟ୍‌ ପ୍ରଦାନ କରାଯିବ। ସେହିପରି ୨୦୨୪ ପାଇଁ ୧୧୮ ଛାତ୍ରଛାତ୍ରୀ ପୁରସ୍କୃତ ହେବେ‌। ୨୯ ସ୍ନାତକ ସ୍ବର୍ଣ୍ଣପଦକ, ୨ ସର୍ବୋତ୍ତମ ସ୍ନାତକ, ୨୭ ସ୍ନାତକୋତ୍ତର ସ୍ବୂର୍ଣ୍ଣପଦକ, ବୋରାସମ୍ବର ସେନାପତି ତର୍କ ପଦକ ୩, ୫୬ ପିଏଚଡି ସନନ୍ଦ ଏବଂ ୧ ଡିଏସ୍‌ସି ସମ୍ମାନ ପ୍ରଦାନ କରାଯିବ। ୨୦୨୫ ପାଇଁ ୧୦୫ ମଧ୍ୟରୁ ୨୬ ସ୍ନାତକ ସ୍ବର୍ଣ୍ଣପଦକ, ୨ ସର୍ବୋତ୍ତମ ସ୍ନାତକ, ୨୭ ସ୍ନାତକୋତ୍ତର ସ୍ବର୍ଣ୍ଣ ପଦକ, ୪ ବୋରାସମ୍ବର ସେନାପତି ତର୍କ ପଦକ, ୪୬ ପିଏଚଡି ସନନ୍ଦ ପୁରସ୍କାର ଦିଆଯିବ। ଅନ୍ୟପକ୍ଷରେ ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରାଯିବ। ପରମାଣୁ ଶକ୍ତି ଆୟୋଗ ପ୍ରାକ୍ତନ ଅଧ୍ୟକ୍ଷ ତଥା ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟର (ବିଏଆରସି)ର ପ୍ରାକ୍ତନ ନିର୍ଦେଶକ ଆଣବିକ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତିଙ୍କୁ ଡକ୍ଟର ଅଫ ସାଇନ୍ସ, ସାଂସଦ ଡ. ଭର୍ତ୍ତୃହରି ମହତାବ, ଓଡ଼ିଶାର ପ୍ରଥମ ବ୍ରେଲ ପ୍ରେସ ପ୍ରତିଷ୍ଠାତା ତଥା ଦୃଷ୍ଟିହୀନ ସାମାଜିକ କର୍ମୀ ବିଜୟ କୁମାର ରଥ ଓ ପରିବେଶ ସଂରକ୍ଷକ ପଦ୍ମଶ୍ରୀ ସାବରମତିଙ୍କୁ ଡ. ଅଫ ଲିଟିରେଚର ପ୍ରଦାନ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, କୁଳସଚିବ କାହ୍ନୁ ଚରଣ ମଲ୍ଲିକ, ମିଡିଆ ସେଲ ଅଧ୍ୟକ୍ଷ ଡ. ସୁଦର୍ଶନ ମିଶ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories