କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ରାତିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସରକାରୀ ବାସଗୃହରେ ଏକ ବିଶାଳ ଗଛ ଭାଙ୍ଗି କରି ପଡିଛି। ଏହି ଗଛ ମୂଳ ନିକଟରୁ ଭାଙ୍ଗି ପଡିବା ଦ୍ୱାରା ବିଶ୍ୱନାଥ ଦାସ ନାମକ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କ କହିବା ଅନୁସାରେ ଗଛଟିରେ ପୂର୍ବରୁ ଉଇ ଲାଗିଥିବା ଦେଖାଯାଇଥିଲା। ବାରମ୍ବାର ଗଛ କାଟିବାକୁ ଅଭିଯୋଗ କରିଥିଲେ ମଧ୍ୟ ଗଛଟି କଟା ହୋଇ ନ ଥିବା କହିଛନ୍ତି। ଏହି ଘଟଣା ଘଟିବାପରେ ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ଭୟଭୀତ ଥିବା ଦେଖାଯାଇଛି।
Popular Categories



