www.samajalive.in
Monday, December 15, 2025
14.1 C
Bhubaneswar

ବାହୁଡ଼ା ଓ ସୁନାବେଶ: ଟ୍ରାଫିକ୍‌ କଟକଣା

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁରୀ ଅଭିମୁଖେ ବାହାରୁ ଆସୁଥିବା ଯାନ େକଉଁଠି ପାର୍କିଂ କରିବ େସ େନଇ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି େହାଇଛି।

ଦୁଇ ଚକିଆ ଯାନ

- Advertisement -

ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣି ଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭ ଠାରେ ଗାଡ଼ି ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ପାର୍କିଂ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣି ଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡ଼ିଆ ଠାରେ ପାର୍କିଂ କରିବେ। ସେଠାରେ ଗାଡି ପୂର୍ଣ୍ଣ ହୋଇଯିବା ପରେ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ଶ୍ରୀ ସେତୁ ଦେଇ ମାଟିତୋଟା ହେଲିପ୍ୟାଡ ପଡ଼ିଆରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ଠାରେ ଥିବା ଗାଡି ନରେନ୍ଦ୍ରକୋଣ, ଜଟିଆବାବା ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଓ ବାଟଗାଁ ଛକ ଦେଇ ଭୂବନେଶ୍ୱର ଆଡକୁ ପ୍ରସ୍ଥାନ କରିପାରିବେ।

କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ବାଇଦାସ ନଗର, ଗ୍ରୀଡ ଷ୍ଟେସନ ଛକ, ପେଣ୍ଠକଟା ଛକ, ସୁଭାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକା ପରିସର ମଧ୍ୟରେ ଗାଡି ଗୁଡିକ ପାର୍କିଂ କରିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

ବ୍ରହ୍ମଗିରି ଆଡୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକ ଠାରୁ ମଶାଣୀ ଚଣ୍ଡି ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ପାର୍କିଂ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ମଶାଣି ଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡ଼ିଆ ଠାରେ ପାର୍କିଂ କରିବେ। ସେଠାରେ ଗାଡି ପୂର୍ଣ୍ଣ ହୋଇଯିବା ପରେ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ ପଡ଼ିଆରେ ପାର୍କିଂ କରିବେ। ଜଗନ୍ନାଥବଲ୍ଲଭ ଠାରେ ଥିବା ଯାନଗୁଡିକ ନରେନ୍ଦ୍ରକୋଣ, ମଙ୍ଗଳାଘାଟ ଛକ ଦେଇ ବ୍ରହ୍ମଗିରି ପ୍ରସ୍ଥାନ କରିବେ।

ଚାରି ଚକିଆ ଯାନ

ଭୁବନେଶ୍ୱର ଓ େକାଣାର୍କ ପଟୁ ଆସୁଥିବା ସମସ୍ତ ମୋଟର ଯାନ ଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ ଛକ ଦେଇ ତାଳବଣିଆ ପଯ୍ୟନ୍ତ ଯିବ। ତାଳବଣିଆ ପଟେ ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ ଓ ସ୍ୱଛ ମାଛ ବଜାର ଠାରେ କ୍ରମାନ୍ୱୟରେ ଗାଡି ପାର୍କିଂ କରାଯିବ। ସେଠାରୁ ପିକେଆରଆଇଟି ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ଭୁଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଛକ, ସମଗରା ଗ୍ରାମ ଦେଇ ବାଟଗାଁ ଛକ ଠାରୁ ଭୁବନେଶ୍ୱର ଆଡକୁ ପ୍ରସ୍ଥାନ କରିବେ।

ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ମଙ୍ଗଳାଘାଟ ଛକଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ନିର୍ଦ୍ଧାରିତ ହୋଇଥିବା ଯାନ ରହଣିସ୍ଥଳରେ ନିଜର ଯାନଗୁଡିକ ପାର୍କିଂ କରିବେ। ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ।

ନିୟମିତ ଯାତ୍ରୀବାହୀ ସେବା: 

ତାଳବଣିଆ ପଟୁ ଆସୁଥିବା ଅଟୋରିକ୍ସା ଗୁଡିକ ୱାଟର ୱାର୍କ୍ସ ରୋଡ, ଓଡ଼ିଶା ବେକାରୀ ଓ ରାମ ମନ୍ଦିର ଛକ ଦେଇ ଘୋଡା ବଜାର ଛକ ପର୍ଯ୍ୟନ୍ତ ଆସିପାରିବେ। ଫେରିବା ବେଳେ ରାମ ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଓ ମଙ୍ଗଳା ମନ୍ଦିର ବାଟ ଦେଇ ପ୍ରସ୍ଥାନ କରିବେ। ସେହିପରି ମାଳତୀପାଟପୁର ଆଡୁ ଆସୁଥିବା ଅଟୋଗୁଡିକ ବାଟଗାଁ ଛକ ଦେଇ ଅଠରନଳା ପର୍ଯ୍ୟନ୍ତ ଆସିପାରିବେ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ଅଟୋଗୁଡିକ ମଙ୍ଗଳାଘାଟ ଛକ ଦେଇ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଆସିପାରିବେ। ସେହି ସମାନ ରାସ୍ତା ଦେଇ ପ୍ରସ୍ଥାନ କରିବେ।

 

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories