www.samajalive.in
Monday, December 15, 2025
14.1 C
Bhubaneswar

ଗୁଣ୍ଡିଚାମନ୍ଦିର ଦାରୁବ୍ରହ୍ମଙ୍କ ଜନ୍ମବେଦୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆବିର୍ଭାବ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ଦାରୁବିଗ୍ରହ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନ ସେଠାକୁ ବିଜେ କରିଥିଲେ। ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁ ଐଶ୍ବର୍ଯ୍ୟଲୀଳା ଏବଂ ଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପମଣ୍ଡପରେ ମାଧୁର୍ଯ୍ୟଲୀଳା କରନ୍ତି। ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡକୁ ଆସିବା ପରେ ଭକ୍ତଙ୍କ ପ୍ରତି ପ୍ରଭୁ ଉଦାର ହୁଅନ୍ତି। ସମସ୍ତଙ୍କ ଦୁଃଖକଷ୍ଟ ଦୂର କରନ୍ତି। ଏହାକୁ ଔଦାର୍ଯ୍ୟଲୀଳା କୁହାଯାଏ। ଆଡ଼ପମଣ୍ଡପରେ ପ୍ରଭୁ ଗୋପଲୀଳା କରନ୍ତି। ଶ୍ରୀନୀଳାଚଳ ତତ୍ତ୍ବସନ୍ଧାନ ପରିଷଦ ପକ୍ଷରୁ ଗୁରୁବାର ଅନୁଷ୍ଠିତ ‘ଯଜ୍ଞବେଦୀରେ ଶ୍ରୀଜଗନ୍ନାଥ’ ଶୀର୍ଷକ ଆଲୋଚନାଚକ୍ରରେ ଗବେଷକମାନେ ଏପରି ମତ ଦେଇଛନ୍ତି। ଅଧ୍ୟାପକ ଡଃ ଉମେଶ ଚନ୍ଦ୍ର ଚିନରା କହିଲେ ବର୍ଷକରେ ପ୍ରଭୁ ୨ଟି ଲୀଳା କରନ୍ତି। ଗୋଟିଏ ବଡ଼ଦେଉଳରେ ଏବଂ ଅନ୍ୟଟି ୭ଦିନବ୍ୟାପୀ ଗୁଣ୍ଡିଚା ମନ୍ଦିରରେ। ସେଠି ଐଶ୍ବର୍ଯ୍ୟ-ଏଠି ମାଧୁର୍ଯ୍ୟ ଲୀଳା। ଗୁଣ୍ଡିଚାମନ୍ଦିର ପ୍ରଭୁଙ୍କ ନିତ୍ୟ ଗୋଲକ ଧାମ। ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ମହାପ୍ରଭୁ ସେଠାରେ ରାସଲୀଳା କରନ୍ତି। ରାସମଣ୍ଡପକୁ ମଦନମୋହନ ବିଜେ କରନ୍ତି। ଆଡ଼ପମଣ୍ଡପ ପ୍ରଭୁଙ୍କ ଜନ୍ମବେଦୀ ହୋଇଥିବାରୁ ସେଠାରେ ଦର୍ଶନ ଅତ୍ୟନ୍ତ ପୂଣ୍ୟପ୍ରଦ। ଗୁଣ୍ଡିଚାମନ୍ଦିର ସ୍ଥିତ ଆଡ଼ପମଣ୍ଡପକୁ ଯଜ୍ଞବେଦୀ ଏବଂ ଜନ୍ମବେଦୀ ବୋଲି କୁହାଯାଏ। ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥ ଦ୍ବାପରଲୀଳା କରନ୍ତି। ରଥଯାତ୍ରା ଦାରୁବ୍ରହ୍ମଙ୍କ ମହାମାନବୀୟ ଲୀଳା। ଯେଉଁଠି ଭକ୍ତ ଯାହା ମାଗେ ପ୍ରଭୁ ଉଦାର ମନୋଭାବରେ ଦେଇଥାଆନ୍ତି। ଗବେଷକ ଡଃ ନରେଶ ଚନ୍ଦ୍ର ଦାଶ କହିଲେ ଅଖିଳ ବ୍ରହ୍ମାଣ୍ଡର ନାଥ ଶ୍ରୀଜଗନ୍ନାଥ। ନୀଳାଚଳ ତତ୍ତ୍ବମୟ ଓ ପଞ୍ଚକୋଷ ପରିବ୍ୟାପ୍ତ। କ୍ଷେତ୍ରାଧିପତି ଶ୍ରୀପୁରୁଷୋତ୍ତମ ରହସ୍ୟମୟ। ସେ କୃଷ୍ଣ ନୁହନ୍ତି କି ରାମ ନୁହନ୍ତି। ଦେବତାମାନେ ମଧ୍ୟ ତାଙ୍କ ରହସ୍ୟ ଜାଣିପାରନ୍ତିନି। ସବୁକ୍ଷେତ୍ର ଏବେ ଶ୍ରୀକ୍ଷେତ୍ରରେ ବୋଲି ଗବେଷକ ନାରାୟଣ ନନ୍ଦ କହିଛନ୍ତି। ସେ କହିଲେ ଶ୍ରୀମନ୍ଦିର ରତ୍ନସିଂହାସନରେ ୧୦ବର୍ଷ ଦର୍ଶନର ପୁଣ୍ୟ ସହ ଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଗୋଟିଏ ଦିନର ଦର୍ଶନ ସହ ସମାନ। ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନଥିବା ଭକ୍ତଙ୍କୁ ଦର୍ଶନ ଦେବାପାଇଁ ମହାପ୍ରଭୁ ପ୍ରତିବର୍ଷ ନବଦିନବ୍ୟାପୀ ଘୋଷଯାତ୍ରା କରନ୍ତି। ୧୦୮ଗଡୁ ସୁବାସିତ ଜଳରେ ସ୍ନାନ ପାଇଁ ରତ୍ନସିଂହାସନ ଛାଡି ସ୍ନାନମଣ୍ଡପରେ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହା ଶ୍ରୀଜଗନ୍ନାଥ ଚେତନାର ସ୍ବତନ୍ତ୍ରତା। ବିଶ୍ବର ଅନ୍ୟ କୌଣସି ଦେବଦେବୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳେନାହିଁ। ଜାତୀୟ କୃଷି ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଶ୍ରୀଜଗନ୍ନାଥ ପରଂବ୍ରହ୍ମ, ଦାରୁବ୍ରହ୍ମ ଏବଂ ଶ୍ରୀପୁରୁଷୋତ୍ତମ। ଜନ୍ମବେଦୀ ଆଡ଼ପମଣ୍ଡପ ତାଙ୍କର ସବୁଠାରୁ ପ୍ରିୟସ୍ଥାନ। ତେଣୁ ମହାପ୍ରଭୁ ପ୍ରତିବର୍ଷ ସେଠାରେ ୭ଦିନ ଅବସ୍ଥାନ କରି ଲୀଳା କରିଥାଆନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାଉସୀଘର ନୁହେଁ, ଆବିର୍ଭାବ ସ୍ଥାନ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ସଂସ୍କୃତ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ଗୋପାଳକୃଷ୍ଣ ଦାଶ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ଯଜ୍ଞବେଦୀ ରହସ୍ୟ ସମ୍ପର୍କରେ ଶ୍ରୀ ଦାଶ ଅନେକ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଛନ୍ତି। ପରିଷଦ ଯୁଗ୍ମସମ୍ପାଦକ ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories