ସରିଲା ଦୁଆରବେଢ଼ା ନିର୍ମାଣ

0

ପୁରୀ : ତିନି ରଥପାଇଁ ବୁଧବାର ଶେଷହୋଇଛି ଦୁଆରବେଢ଼ା ନିର୍ମାଣ। ପ୍ରତି ରଥରେ ଚାରିଟି ଲେଖାଏଁ ଦୁଆରବେଢ଼ା ଲାଗିବ। ରଥଖଳାରେ ସିଂହାସନ ଚକା ଏବଂ କଳସ ପାର୍ଶ୍ବବାଡି ନିର୍ମାଣ ଚାଲିଛି। ଦିନେ ଦୁଇଦିନ ଭିତରେ ରଥ ଉପରକୁ ପୋଟଳ ଓ ପାରାଭାଡି ଉଠିବ। ତାଗ ଉପରେ ପଟାବାଡିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରୂପକାର ସେବକ କଳସ, ହଂସପଟା, କନ୍ୟାପଟା, ନାଟଗୋଡ, ସଖୀ, ଶିଖରଡମ୍ବରୁ, ପାର୍ଶ୍ବଦେବଦେବୀ, ଓଲଟଶୁଆରେ ରଙ୍ଗ କରୁଛନ୍ତି। ରଥଚକ ଏବଂ କଣଗୁଜରେ ମଧ୍ୟ ରଙ୍ଗ କରାଯାଉଛି। ମହାରଣା, ଭୋଇ, କମାର, ରୂପକାର ଓ ଦରଜି ସେବକ ରଥ କାମରେ ଲାଗିଛନ୍ତି। ରଥଯାତ୍ରାରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ପାଇଁ ଲାଗିଲୁଗା ସମେତ ଅନ୍ୟାନ୍ୟ ସାମଗ୍ରୀ ଆସି ପହଞ୍ଚିଛି। ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା, ୨୧ରେ ସନ୍ଧ୍ୟାଦର୍ଶନ, ୨୨ରେ ବାହୁଡା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

Leave A Reply