www.samajalive.in
Tuesday, December 9, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ(୨୮ ଅଗଷ୍ଟ ୨୦୨୦)

ମେଷ: ଭ୍ରମଣ ଯୋଗଅଛି। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ମହତ କାର୍ଯ୍ୟରେ ଅଭୀଷ୍ଟ ସିଦ୍ଧି ହେବ। ବୁଦ୍ଧିମାନ ହେବେ। ଭୋଗପ୍ରିୟ ହେବେ।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। ଦୃଷ୍ଟ ମିତ୍ରଙ୍କର କର ଛଡ଼ା ଦେଲେ ବିପଦମୁକ୍ତ ହେବେ। ଧର୍ମକ୍ରିୟାରତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ: ଲୋଭଗ୍ରସ୍ତ ହୋଇପାରନ୍ତି। ଆଶା ଫଳବତୀ ହେବ। ହର୍ଷ-ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। କାର୍ଯରେ ସଫଳତା ଲାଭ କରିବେ। ବନ୍ଧୁମାନଙ୍କଠାରୁ ସାହାଯ୍ୟ ପାଇ ବିଶେଷ ଉପକୃତ ହେବେ। ଖୁସି ହେବେ।
କର୍କଟ: ଚକ୍ରାନ୍ତ ଚଳାଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ନୀତିରୁ ବିଚ୍ୟୁତ ହେବା ଆଶା କରାଯାଏ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଉନ୍ନତି ମୂଳକ କାର୍ଯ୍ୟ କରିବାରେ ସକ୍ଷମ ହେବେ। ଶାନ୍ତି ମିଳିବ।
ସିଂହ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆଶାପୂରଣ ହେବା। ନିଃସର୍ଗ ସୁଖର ଅଧିକାରୀ ହେବେ। ଶାସ୍ତ୍ରବିତ୍‌ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବାକ୍‌ପଟୁତା​‌ଯୋଗୁଁ ଆଦରଣୀୟ ହେବେ।
କନ୍ୟା: ଧନ ପ୍ରାପ୍ତିର ସ୍ବପ୍ନ ସାକାର ହୋଇପାରେ। ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି। ବିଭୁକୃପା ଲାଭ କରିବେ। ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ଦେବ-ଗୁରୁଭକ୍ତ ହେବେ।
ତୁଳା: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ସକଳ ଗୁରଣ ଆଧାର ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିଳାସ-ବ୍ୟସନଯୁକ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ସର୍ବଜନାନୁରକ୍ତ ହେବେ।
ବିଛା: ଆଳସ୍ୟ ପରିତ୍ୟାଗ କରି କର୍ମଚଞ୍ଚଳ ରହିବେ। କର୍ତ୍ତବ୍ୟ ପରାୟଣ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଶ୍ରେଷ୍ଠ ପଦ ପ୍ରାପ୍ତ ହେବେ। ତେଜୀୟାନ୍‌ ହେବେ। ଜନବଲ୍ଲଭ ହେବେ।
ଧନୁ: ଶ୍ରମ ସାର୍ଥକ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଭାଗ୍ୟବାନ୍‌ ହୋଇପାରନ୍ତି। ଧନବାନ୍‌ ହେବେ। ଗୁଣଜ୍ଞ ହେବେ। ଉପାର୍ଜନକାରୀ ହୋଇପାରନ୍ତି। ଶ୍ରେଷ୍ଠ ପଦପଦବୀରେ ମଣ୍ଡିତ ହେବେ।
ମକର: ତରବର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟରେ ଅଗ୍ରସର ହେବାକୁ ପଡ଼ିବ। ଶୁଭାଶୁଭ ମିଶ୍ରିତ ଫଳ ମିଳିବା ଖର୍ଚ୍ଚାନ୍ତ ହୋଇପାରନ୍ତି। ଶତ୍ରୁଘାତୀ ହୋଇପାରନ୍ତି। ଆଳସ୍ୟ ପରାୟଣ ହେବେ। କୋପ ସମ୍ବରଣ କରିପାରନ୍ତି।
କୁମ୍ଭ: ମିଳିଥିବା ସୁଯୋଗର ଉପଯୋଗ କରିବେ। କର୍ମଚଞ୍ଚଳ ରହିବେ। ଶତ୍ରୁଙ୍କୁ ପରାଜିତ କରି ଆଶ୍ବସ୍ତ ହେବେ। ଧନ, ଋଦ୍ଧି ଲାଭ ଆଶା କରାଯାଏ। ମହାମାନବ ସମ୍ମାନ ଲାଭ କରି ବହୁ ଉଚ୍ଚ ପଦପଦବୀରେ ଆସୀନ ହେବେ।
ମୀନ: ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସ୍ନେହ ଶ୍ରଦ୍ଧା ଲାଭ କରିବେ। ପ୍ରଭୂତ ଧନର ଅଧିକାରୀ ହେବେ। ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories