www.samajalive.in
Monday, December 8, 2025
14.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନିର ସମ୍ଭାବନା ଅଛି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ଅର୍ଥ ପାଇ ଧନଶାଳୀ ହେବେ।
ବୃଷ: ନିଜକୁ ନିଜେ ସାନ୍ତ୍ୱନା ଦେବେ। ବନ୍ଧୁ ମିଳନର ସୁଯୋଗ ଅଛି। ସୁଖକର ଘଟଣା ମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଉତ୍ତମ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।
ମିଥୁନ: ଆୟ ଆଶାନୁରୂପ ହେବ। ବେଳେ ବେଳେ ଅସହାୟତା ପ୍ରକାଶ କରିପାରନ୍ତି। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ।
କର୍କଟ: ଚାଷ କାର୍ଯ୍ୟରେ ଉନ୍ନତି ଘଟିବ। ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନଟି ଭିତରେ ଭଲ-ମନ୍ଦ ମିଶ୍ରିତ ଫଳ ଆଶା କରାଯାଏ।
ସିଂହ: ୠୃହରୁ ବିବାଦର ସୂତ୍ରପାତ ହୋଇପାରେ। ଦ୍ରବ୍ୟନଷ୍ଟ ହେବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ। କିନ୍ତୁ ତା’ର ମୁଲ୍ୟାଙ୍କନ ହେବ। ଧର୍ମକାର୍ଯ୍ୟରେ ମନୋନିବେଶ କରିବେ।
କନ୍ୟା: ବନ୍ଧୁ ସହାୟତା ମିଳିପାରେ। ପରଚର୍ଚ୍ଚା ନିରତ ହେବେ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ଉପସମ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ତୁଳା: ଉପୁଜି ଥିବା ସମସ୍ୟାର ନିଜେ ସମାଧାନ ନିଜେ କରିପାରନ୍ତି। ଆଶାବାଦୀ ହେବେ। ଶ୍ରେଷ୍ଠ ପଦାଧିକାରୀ ହେବାର ସୂଚନା ମିଳୁଛି। ତେଜିୟାନ ହେବେ। ଧର୍ମ-ମତି ହୋଇପାରନ୍ତି। ପୁତ୍ର ସନ୍ତାନ ଜାତ ହୋଇପାରେ। ଜନବଲ୍ଲଭ ଭାବେ ଅଞ୍ଚଳରେ ପରିଗଣିତ ହେବେ।
ବିଛା: ସତ୍‍ ପ୍ରେରଣା ପାଇ କୃତଜ୍ଞ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ଧନୁ: ଯୋଜନାବଦ୍ଧ ଭାବେ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା ଚଳାଇବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନନେଇ ଚୁପ୍‍ ରହିବା ସବୁଠୁଁ ଭଲ। ସୁବର୍ଣ୍ଣ ସଂପଦର ଅଧିକାରୀ ହୋଇପାରନ୍ତି।
ମକର: ନୂତନ ଆୟପନ୍ଥା ଆବିଷ୍କାର କରିପାରନ୍ତି ଓ ତାହା ଫଳପ୍ରସୂ ହେବ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ଭିତରେ ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ। ଅର୍ଥ ପ୍ରାପ୍ତ ହେବେ।
କୁମ୍ଭ: ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଅଧିକ ଶ୍ରମ ସ୍ୱୀକାର କଲେ ବି ତା’ର ମୂଲ୍ୟାଙ୍କନ ହେବ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ବିଜୟୀ ହେବେ।
ମୀନ: ଭ୍ରମଣଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ନୃତ୍ୟ ଓ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories