www.samajalive.in
Monday, December 15, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: କାର୍ଯ୍ୟରେ ଉନ୍ନତି ଘଟିବ। ଧନକ୍ଷୟ ହେବାର ସୂଚନା ମିଳୁଛି। ଈର୍ଷା ପରାୟଣ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବୃଷ: ମନରେ ଉଦ୍‌ବେଗ ଜାତ ହୋଇପାରେ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାକୁ ବ୍ରତଭାବେ ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ମିଳିବ।

- Advertisement -

ମିଥୁନ: ଦୈନଦିନ କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଅଯଥା ଖର୍ଚ୍ଚ କରି ମନସ୍ତାପ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି।

କର୍କଟ: କାର୍ଯ୍ୟରେ ପୂର୍ବ ପ୍ରସ୍ତୁତିକୁ ବଦଳାଇ ନୂତନ ପଦକ୍ଷେପ ଗ୍ରହଣ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ସିଂହ: ଗୃହକାର୍ଯ୍ୟରେ ଲାଗି ପଡ଼ିବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନକୁ ମହାପୁଣ୍ୟ ଭାବେ ବିବେଚନା କରି ଆବଶ୍ୟକ ପଦକ୍ଷେପ ନେବେ। ବ୍ୟକ୍ତିତ୍ବର ଜ୍ଞାନ-ଗରିମା ପ୍ରକଟିତ ହେବ। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ବୁଦ୍ଧି ପ୍ରୟୋଗ କରିବେ।

କନ୍ୟା: ଶତ୍ରୁ ଚିନ୍ତାରେ ମନ ବ୍ୟସ୍ତ ରହିପାରେ। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ ହେବେ। ଥଣ୍ଡା-କଫ ଦ୍ବାରା ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସୁଖଭୋଗ କରିବେ।

ତୁଳା: ଭାଇ ସହଯୋଗ ପାଇ ତେଜସ୍ମର ହୋଇ ଉଠିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଆବଶ୍ୟକତା ଅନୁସାରେ ଅର୍ଥ ନିଅଣ୍ଟ ହେବ।

ବିଛା: ଯୋଜନା ଅନୁସାରେ କାର୍ଯ୍ୟରେ ଆଗକୁ ବଢ଼ିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଖାଦ୍ୟ ପଦାର୍ଥ ସୁଲଭ ଓ ସୁସ୍ବାଦୁ ହେବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ଯୁଦ୍ଧ ବା ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

ଧନୁ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁରଭାଷା ପ୍ରୟୋଗ କରି ଅଧସ୍ତନଙ୍କ ମନ କିଣି ପାରନ୍ତି। ଏକାନ୍ତ ରହିବାକୁ ଇଚ୍ଛା କରିବେ। ସାହସୀ ଓ ଜ୍ଞାନୀ ହେବେ।

ମକର: ଆର୍ଥିକ ଦୁରବସ୍ଥାରେ ସୁଧାର ଆସିବ। କାର୍ଯ୍ୟ ସିଦ୍ଧି ହେବାର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଅର୍ଥ ପ୍ରାପ୍ତ ହେବ।

କୁମ୍ଭ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। କୁଳଦୀପକ ହେବେ। ଦୟାଳୁ ସ୍ବଭାବ ସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ପରିବାର ପ୍ରତି ସ୍ନେହ-ସଦିଚ୍ଛା ରହିବ।

ମୀନ: ଆୟ ବୃଦ୍ଧିର ସୂଚନା ମିଳୁଛି। ସେବା ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories