www.samajalive.in
Monday, December 15, 2025
15.1 C
Bhubaneswar

ଜମାଲ ଖାସୋଗୀ ହତ୍ୟା ମାମଲା : ୫ଜଣଙ୍କୁ ଫାଶୀ, ୩ଙ୍କୁ ୨୪ବର୍ଷ କାରାଦଣ୍ଡାଦେଶ

ରିଆଦ : ସାଉଦି ଆରବରେ ନିଯୁକ୍ତ ୱାଶିଂଟନ୍‌ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗୀଙ୍କ ହତ୍ୟା ଅଭିଯୋଗରେ ୫ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଛି। ଏହି ମାମଲାରେ ମୋଟ ୧୧ ଅଜ୍ଞାତ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହୋଇଥିଲାବେଳେ ୫ଜଣଙ୍କୁ ଫାଶୀ ଓ ଅନ୍ୟ ତିନି ଜଣଙ୍କୁ ୨୪ବର୍ଷ କାରାଦଣ୍ଡାଦେଶ ହୋଇଛି। ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ୫ଜଣଙ୍କୁ ଦୋଷୀ କରାଯାଇଥିବା କହିଛନ୍ତି ସାଉଦିଆରବ ବିଚାରପତି। ଏହି ହତ୍ୟାକାଣ୍ଡ ପାଇଁ ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ ନିଜକୁ ଦାୟୀ କରି ‘ମୋ ତତ୍ତ୍ବାଧାନରେ ହତ୍ୟା କରାଯାଇଛି’ ବୋଲି କହିଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି ଦଣ୍ଡବିଧାନ ହୋଇ ନାହିଁ। ସାଧାରଣ ଭାବେ ଖାସୋଗୀଙ୍କ ହତ୍ୟା ପଛରେ ଯୁବରାଜଙ୍କ ହାତ ଥିବା ନେଇ ବିଶ୍ବବ୍ୟାପୀ ଆଲୋଚନା ହେଉଥିଲା। ୨୦୧୮ ଅକ୍ଟୋବରରେ ଖାସୋଗୀଙ୍କୁ ତୁର୍କୀର ଇସ୍ତାନବୁଲ ଦୂତାବାସରେ ହତ୍ୟା କରାଯାଇଥିଲା। ଏମିତିକି ତାଙ୍କ ମୃତଦେହ ମଧ୍ୟ ଅଦ୍ୟାବଧି ମିଳି ନାହିଁ। ରାଜ ଦରବାରର ଗଣମାଧ୍ୟମ ମୁଖ୍ୟ ସାଉଦ ଅଲ-କାତାନିଙ୍କ ପରାମର୍ଶକ୍ରମେ ସାଉଦି ଆରବ ଗୁଇନ୍ଦା ବିଭାଗର ଉପ-ମୁଖ୍ୟ ଅହମ୍ମଦ ଅଲ୍‌-ଆସିରୀ ଏହି ଘଟଣା ପ୍ରତ୍ୟକ୍ଷ କରିଥିଲେ ମଧ୍ୟ ପ୍ରମାଣ ଅଭାବରୁ ସେମାନଙ୍କୁ ଅଭିଯୋଗମୁକ୍ତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories