www.samajalive.in
Monday, December 15, 2025
16.1 C
Bhubaneswar

ବୁଧବାର ରାଶିଫଳ

ମେଷ: ଭ୍ରାତୃସ୍ନେହୀ ହେବେ। ବିଭିନ୍ନ ସ୍ତରରୁ ଆଦର ମିଳିବ। ସମ୍ମାନିତ ହୋଇପାରନ୍ତି। ଯେକୌଣସି ସୂତ୍ରରୁ ଧନାଗମ ହୋଇପାରେ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୁପାରିସ ପାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।

ବୃଷ: ଧୈର୍ଯ୍ୟଧରି ପାରିଲେ କୃତକାର୍ଯ୍ୟ ହେବେ। ବନ୍ଧୁ ସୁଖ ମିଳିପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁର ମୁକାବିଲା କରି ପରାସ୍ତ କରିପାରନ୍ତି। ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରି ଆତ୍ମତୃପ୍ତି ଲାଭ କରିବେ।

- Advertisement -

ମିଥୁନ: ଧର୍ମ ଭାବନାରୁ ଶାନ୍ତି ମିଳିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ସୁସମ୍ବାଦ ପାଇବେ। ସନ୍‌ମାର୍ଗୀ ହୋଇ ମହାଧନ ପ୍ରାପ୍ତ ହେବେ।

କର୍କଟ: ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ। ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ମଧ୍ୟମ ଧରଣର ଶୁଭଫଳ ପାଇବେ। ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ। କୃଷିଖେତକୁ ସଜାଡ଼ିବେ। ଯାନବାହନ ସୁଖ ମିଳିବ।

ସିଂହ: ପିଲାମାନଙ୍କ ପଢ଼ାପଢ଼ିରେ ସନ୍ତୋଷ ବ୍ୟକ୍ତ କରିପାରନ୍ତି। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ମନରେ ପ୍ରସନ୍ନତା ଦେଖାଦେବ। ପ୍ରତିଯୋଗିତରେ ବିଜୟୀ ହେବେ। କର୍ମକ୍ଷେତ୍ର ସଫଳମୟ ହେବ। ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।

କନ୍ୟା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ପାରିବାରିକ ସୁଖ ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ରୁଚିକର ଭୋଜନ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଧନାଗମ ହେବ।

ତୁଳା: ଆଶାବାଦୀ ହେବେ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ମନ ପ୍ରସନ୍ନ ରହିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ବିଛା: ନିଷ୍ଠାପର ଭାବେ ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ମିଳିବ ଓ ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଶାସ୍ତ୍ରପଟୁ ହୋଇପାରନ୍ତି। ପୁଣ୍ୟଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହେବାର ସୂଚନା ମିଳୁଛି। ରାଜବଂଶ ପୂଜିତ ହୋଇପାରନ୍ତି।

ଧନୁ: ସତ୍‌ପ୍ରେରଣା ପାଇ ଉତ୍‌ଫୁଲ୍ଲିତ ହେବେ। ଆଦର ମିଳିବ। ସମ୍ମାନିତ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ। ଜନପ୍ରିୟ ହେବେ। କରିତ୍‌କର୍ମା ହୋଇପାରନ୍ତି।

ମକର: ନିର୍ଭୟରେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ପତ୍ନୀଙ୍କ ସହାୟତା ମିଳିବ।

କୁମ୍ଭ: କଳହଠାରୁ ଦୂରେଇ ରହିବେ। ସେବା ମନୋଭାବର ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଉପୁଜି ଥିବା ସମସ୍ତ କ୍ଳେଶ ଦୂର ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।

ମୀନ: ଶୁଭ ସମାଚାର ପାଇ ଖୁସି ହେବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories