ରବିବାର ରାଶିଫଳ

0

ମେଷ: ଉପୁଜି ଥିବା ଅସୁବିଧା ଦୂର ହେବ। ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଉତ୍ତମ ଭୋଜନ ଦ୍ୱାରା ଆନନ୍ଦ ଉପଭୋଗ କରିବେ।

ବୃଷ: ସତ୍‍ସଙ୍ଗ ଆପଣଙ୍କର ମାର୍ଗ ଦର୍ଶକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହେବେ। ଦିନଟି ଶୁଭଙ୍କର। ଋଣ ପରିଶୋଧ କରିବେ।

ମିଥୁନ: ଦୈବୀ ଶକ୍ତିର ସହାୟତା ମିଳିବ। କୌଣସି ଘଟଣାରେ ଭାଗ ନ ନେଇ ଚୁପ୍‍ ରହିବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ସୁଖ ମିଳିବ। ଅଧ୍ୟୟନରତ ହେବେ।

କର୍କଟ: ପାରିବାରିକ ଅଶାନ୍ତି ଉପୁଜି ପାରେ। କଳହରୁ ନିବୃତ୍ତି ଗଲେ ଶାନ୍ତି ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ କରିବେ। ମନରେ ସରସତା ଆସିବ।

ସିଂହ: ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନ କରି ବରପ୍ରାପ୍ତ ହୋଇପାରନ୍ତି। ଅଶାନ୍ତି ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କନ୍ୟା: ଠାକୁର ଦର୍ଶନ ଆପଣଙ୍କ ପାଇଁ ସୁଖପ୍ରଦ ହେବ। ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। ନୀତିଜ୍ଞ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଚଞ୍ଚଳମନା ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଅତିସୁଖୀ ଓ କୀର୍ତ୍ତିମାନ୍‍ ହେବେ।

ତୁଳା: ସୁଖ-ସମ୍ମାନ ଲାଭ କରିପାରନ୍ତି। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତ ହେବ।

ବିଛା: ବୁଝି ବିଚାରି କାର୍ଯ୍ୟ ସମ୍ପାଦନ କରିବେ। ମନରେ ଭକ୍ତି ଭାବନା ଜାଗ୍ରତ ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିଲେ ମାନ ମର୍ଯ୍ୟାଦା ବୃଦ୍ଧି ହେବ। ଶୁଭ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବାରେ ଖର୍ଚ୍ଚ ପରିମାଣ ବଢ଼ିପାରେ।

ଧନୁ: ଯୋଗାଯୋଗ ଫଲଦାୟକ ହେବ। ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମକର: ପରିଶ୍ରମ ମୂଲ୍ୟାଙ୍କନ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଚଳତା ଦେଖା ଦେବ। କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

କୁମ୍ଭ: ଭ୍ରମଣ ଯୋଗ ରହିଛି। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଅର୍ଥ ମିଳିବ। ମହିଳାଙ୍କ ସହାୟତା ଫଳଦାୟକ ହେବ।

ମୀନ: ଯୁବ ପ୍ରିୟ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦ-ନୀତିର କାରଣ ହେବେ। ଚତୁର ଓ ଧନଯୁକ୍ତ ହେଉଥିବା ବେଳେ; ଧନକ୍ଷୟର ସୂଚନା ମିଳୁଛି। ଶାରୀରିକ ପୀଡ଼ା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

Leave A Reply