www.samajalive.in
Sunday, December 7, 2025
23.1 C
Bhubaneswar

ରବିବାର ରାଶିଫଳ

ମେଷ: ଲାଗି ରହିଥିବା ବିବାଦର ସମାଧାନ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ପାରିବାରିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ।

ବୃଷ: ଇଚ୍ଛାଧୀନ କାର୍ଯ୍ୟ ଫଳ ଦାୟକ ହେବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ। ଆତ୍ମୀୟଙ୍କ ସାହାଯ୍ୟ ମିଳିବ।

- Advertisement -

ମିଥୁନ: ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।

କର୍କଟ: ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ। ବାଦାନୁବାଦର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ପ୍ରବଳ ଉତ୍ସାହ ଉଦ୍ଦିପନାରେ କାର୍ଯ୍ୟ କରିପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳ ହେବ।

କନ୍ୟା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ। ଅର୍ଥ ଦ୍ରବ୍ୟାଦି ଲାଭ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସା ମିଳିବ। ନୂତନ ଯୋଜନା ପ୍ରସ୍ତୁତି କରିପାରନ୍ତି।

ତୁଳା: ମାନସିକ ସ୍ତରରେ ଉତ୍ସାହବୋଧ ଜାତ ହୋଇପାରେ। ଦେବଦର୍ଶନ ଶୁଭଦାୟକ ହେବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଉପରିସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଅନୁଗୃହୀତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି।

ବିଛା: ଦାନଧର୍ମକୁ ଶ୍ରେୟ ମଣିବେ। ପ୍ରିୟଜନକଙ୍କୁ ସତ୍‍ବ୍ୟବହାର କରି ପ୍ରଶଂସିତ ହେବେ। ମଧୁରଭାଷୀ ହୋଇପାରନ୍ତି। କୃଷିକର୍ମରେ ତତ୍ପର ହେବେ। ଜଳପ୍ରତି ଆଦର ପ୍ରେମୀ ହେବେ। ବୁଦ୍ଧିମତାର ପରିଚାୟକ ହୋଇପାରନ୍ତି। ଆସ୍ତିକ ସ୍ୱଭାବର ହେବେ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବିବାଦରେ ବିଜୟୀ ହେବେ। କର୍ମକ୍ଷେତ୍ର ଶୁଭଦାୟକ ହେବ। ଗୁରୁଜନମାନଙ୍କ ଦ୍ୱାରା ସମ୍ମାନିତ ହେବେ। ସୁଖୀ ହେବେ।

ମକର: ଯେକୌଣସି ସୂତ୍ରରୁ ଧନଲାଭ ହେବ। ତଥାପି ଅର୍ଥାଭାବର ସମ୍ମୁଖୀନ ହେବେ। ଆଶାବାଦୀ ହୋଇପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଧର୍ମ-କର୍ମ ସମ୍ପାଦନ କରିବେ। ପଡ଼ୋଶୀଙ୍କ ଶ୍ରଦ୍ଧାଭାଜନ ହେବେ। ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ହୋଇପାରେ।

କୁମ୍ଭ: ସୁଖ-ସମ୍ମାନ ଲାଭ କରିବେ। ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ। ଲକ୍ଷ୍ମୀ ବରଦାୟିକା ଥିବାରୁ ଧନ, ଜନ, ଗୋପ-ଲକ୍ଷ୍ମୀ ପ୍ରାପ୍ତି ଯୋଗ ଅଛି। ଅର୍ଥପ୍ରାପ୍ତିରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ହଠାତ୍‍ ଶୁଭଖବର ପାଇପାରନ୍ତି।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ସ୍ୱାଭିମାନୀ ହୋଇପାରନ୍ତି। କଥାଶୈଳୀରେ ପରିବାରର ମନ ନେଇ ସମସ୍ତଙ୍କର ଆଦରଣୀୟ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories