ଗୁରୁବାର ରାଶିଫଳ

0

ମେଷ: ମାନସିକ ଅଶାନ୍ତି ଦୂର ହେବ। ଦିନଟି ସୁଖରେ ଅତିବାହିତ ହୋଇପାରେ। ଈର୍ଷା ପରିତ୍ୟାଗ କଲେ ବହୁ ସୁଫଳର ଅଧିକାରୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ଭାଗ୍ୟଶାଳୀ ହେବେ।
ବୃଷ: ଜନସାଧାରଣଙ୍କ ପ୍ରଶଂସା ଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନ ମିଳିବ। ବିଦ୍ୟାର୍ଥୀ ସୁଖୀ ହେବେ।
ମିଥୁନ: ପିଲାମାନଙ୍କ କାର୍ଯ୍ୟ କଳାପ ଆନନ୍ଦଦାୟକ ହେବ। ଯାତ୍ରା ସ୍ଥଗିତ ରଖିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବେ। ମଧୁର ଭାଷୀ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ବିଦ୍ୟାର୍ଥୀଙ୍କ ଶୁଭଫଳ।
କର୍କଟ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ଆୟ ଆଶାନୁରୂପ ହେବ। ଲୋକ ପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷରୁ ଧନ ମିଳିବ। ବିଦ୍ୟାର୍ଥୀ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ: ମାନସିକ ସ୍ତରରେ ଶାନ୍ତି ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ସରକାରୀ ଅର୍ଥ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କନ୍ୟା: କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆସିବ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ। ବିଦ୍ୟାର୍ଥୀଙ୍କ ମନ ପ୍ରଫୁଲ୍ଲ ରହିବ।
ତୁଳା: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ କାର୍ଯ୍ୟରେ ସଫଳତା ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କ ହେବେ। ବିଦ୍ୟାର୍ଥୀ ମନଯୋଗୀ ହେବେ।
ବିଛା: ସତ୍‌ପ୍ରେରଣା ପାଇ ତାକୁ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବେ। ବିଭିନ୍ନ ସ୍ତରରୁ ଏପରିକି ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ବିଦ୍ୟାର୍ଥୀ ଧୈର୍ଯ୍ୟର ସହ ପରୀକ୍ଷା ଦେବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଆଗ୍ରହୀ ହୋଇପାରନ୍ତି। ବିରୋଧକୁ ପ୍ରତିହତ କରି କାର୍ଯ୍ୟ କରି ଚାଲିବେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ବିଦ୍ୟାର୍ଥୀ କର୍ମ ଚଞ୍ଚଳ ରହିବେ।
ମକର: ଇଚ୍ଛା କରୁଥିବା ପରିବେଶ ମିଳିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିପାରେ। ବ୍ୟବସାୟରୁ ଭଲ ଲାଭ ମିଳିବ। ବିଦ୍ୟାର୍ଥୀ ସଫଳ ହେବେ।
କୁମ୍ଭ: ମନ ପ୍ରସନ୍ନ ରହିବ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ମୀନ: ଆର୍ଥିକ ସମସ୍ୟାକୁ ନେଇ ଉପାୟ ସ୍ଥିର କରି ଶେଷରେ ସଫଳ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁର ଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବେ। ବିବାଦରେ ବିଜୟ ଲାଭ କରିବେ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

 

Leave A Reply