ବୁଧବାରର ରାଶିଫଳ – ଏହି ରାଶିଧାରୀ ବେଶ୍‌ ଭାଗ୍ୟଶାଳୀ

ମେଷ- ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକୁ ଆଦରି ନେବେ। ଯାନବାହନ ସୁଖ ମିଳିବ। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ବୃଷ-ମନ ପ୍ରସନ୍ନ ରହିବ। ଆତ୍ମ ବିଶ୍ବାସୀ ହେବେ। ଭାଷା, ସ୍ନେହପୂର୍ଣ୍ଣ ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।

ମିଥୁନ- ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ।

କର୍କଟ- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୋକଦ୍ଦମାରେ ବିଜୟୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ସିହଂ- ସାଧନାରେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି। ରାଜଯୋଗ ଅଛି। ଉଚ୍ଚସମ୍ମାନ ସହିତ ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା- ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତିର ସୂଚନା ମିଳୁଛି। କନ୍ୟା ପାଇଁ ଗର୍ବିତ ହେବେ।

ତୁଳା-ମନ ପ୍ରସନ୍ନ ରହିବ। କୁଳପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।

ବିଚ୍ଛା- ଭାଗ୍ୟଶାଳୀ ହେବେ। ସମୟାନୁବର୍ତ୍ତିତା ହୋଇ ମଧ୍ୟ ବିଳାସବ୍ୟସନ ପ୍ରତି ଆଗ୍ରହୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଉଦ୍ୟୋଗୀ ହେବେ। ବିଦ୍ବାନ୍‌, ସାହସୀ ଓ ଧର୍ମାତ୍ମା ହେବେ।

ଧନୁ-ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ଧୈର୍ଯ୍ୟ, ସାହସ ସଞ୍ଚୟ କରି ଆଶୁ ସମସ୍ୟାର ମୁକାବିଲା କରିବେ।

ମକର- ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଅହଂଭାବକୁ ବିସର୍ଜନ ଦେବେ।

କୁମ୍ଭ- ମିତବ୍ୟୟୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁମାନେ ପଛଘୁଞ୍ଚା ଦେଇପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ବହୁ ଅସମାହିତ ସମସ୍ୟାର ସମାଧାନ କରିବେ।

ମୀନ-କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

Comments are closed.