ଆଜି ଏହି ରାଶିଙ୍କ ସାରାଦିନ ବ୍ୟାପୀ ସୁଖଦା ପତ୍ନୀଙ୍କ କର୍ମକ୍ଷେତ୍ରରେ ସହାୟତା ମିଳିବ

ମେଷ- ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ ହେବାର ସୂଚନା ମିଳୁଛି। ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ।

 

ବୃଷ-  ନିଜର ସ୍ବଭାବ ସୁଲଭ ଗୁଣକୁ ପାସୋରି ଦୀନଦରିଦ୍ରଙ୍କୁ ସହାୟତା କରିବାରେ କୁଣ୍ଠା ପ୍ରକାଶ କରିନପାରନ୍ତି। ଖଳ ଲୋକଙ୍କୁ ପାଖରୁ ଅନ୍ତର କରି ଆଶ୍ବସ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ମିଥୁନ- ସାରାଦିନ ବ୍ୟାପୀ ସୁଖଦା ପତ୍ନୀଙ୍କ କର୍ମକ୍ଷେତ୍ରରେ ସହାୟତା ମିଳିବ। ସନ୍ମାର୍ଗୀ ହୋଇ ହିତାଧିକାରୀଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିପାରନ୍ତି। ପୁତ୍ର ସ୍ନେହୀ ଓ ବନ୍ଧୁପ୍ରିୟ ହେବେ। ସୁସ୍ଥ ଓ ନିରାମୟ ରହିବେ।

କର୍କଟ-  ଆଳସ୍ୟ ପରାୟଣ ଓ ହେୟଜ୍ଞାନସମ୍ପନ୍ନ ହୋଇ ରୋଜଗାର ପାଇଁ ତତ୍ପରତା ହୀନ ହୋଇପାରନ୍ତି। ବନ୍ଧୁମାନଙ୍କ ପ୍ରେରଣା ଓ ସହାୟତା ପାଇ ଶତ୍ରୁଲାଭ ଦୂର କରିପାରନ୍ତି। ଅନଟନର ସମ୍ମୁଖୀନ ହେବେ।

ସିଂହ-  ଜ୍ଞାନଗରିମାସମ୍ପନ୍ନ ଓ ରୂପବାନ୍‌ ହୋଇପାରନ୍ତି। ମିତ୍ରତା ବୃଦ୍ଧିର ସୂଚନା ମିଳୁଛି। ଦେବ ଓ ଗୁରୁ ଉଭୟଙ୍କ ଶରଣାଗତ ହୋଇପାରନ୍ତି। ପୁତ୍ର ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ।

କନ୍ୟା-  ଜଣେ ବିବେକୀ ବ୍ୟକ୍ତିବିଶେଷ ଭାବେ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପାରିବାରିକ କ୍ଷେତ୍ରରେ କେବଳ ଜ୍ୟେଷ୍ଠ ନୁହନ୍ତି ଶ୍ରେଷ୍ଠ ହେବେ। କଥାବାର୍ତ୍ତା ଓ ବ୍ୟବହାର ପ୍ରାଣଛୁଅଁା ହେବ। ଯାନବାହନ ସୁଖ ମିଳିବ।

ତୁଳା- ଚପଳମତି ସ୍ବଭାବସମ୍ପନ୍ନ ହେବେ। ଜିହ୍ବା ଲାଳସା ଆୟତ୍ତାଧୀନ ନ ହୋଇପାରେ। ସାମୟିକ ଭାବେ ଦ୍ୟୁତି କ୍ରୀଡ଼ାରେ ନିଜକୁ ହଜାଇ ଦେବେ ଓ ପଶ୍ଚାତାପ କରିବେ। କ୍ଷୀଣ କୋପୀ ହେବେ।

ବିଚ୍ଛା- ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ସ୍ବଅର୍ଜିତ ଧନରେ ନିଜର ଗୁଜରାଣ ମେଣ୍ଟାଇ ପାରନ୍ତି। ବିଳାସବ୍ୟସନଠାରୁ ଦୂରରେ ରହି ସରଳ ଜୀବନଯାପନ କରିବେ। ପ୍ରଭୂତ ଭୂସମ୍ପତ୍ତିର ମାଲିକ ହୋଇପାରନ୍ତି।

ଧନୁ-  ଧନବାନ୍‌ ଓ ରୂପବାନ୍‌ ହୋଇପାରନ୍ତି। ଆର୍ତ୍ତ ଲୋକମାନଙ୍କର କୃପା ନିଧାନ ହେବେ। ଧର୍ମୀୟ କାର୍ଯ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ବିନୀତ ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ମକର- ନିଜକୁୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବାକୁ ପଡ଼ିବ। ଦରିଦ୍ର ଓ ଆର୍ତ୍ତଜନଙ୍କ ପ୍ରତି ବିମୁଖ ନ ହୋଇ ସହାନୁଭୂତିଶୀଳ ହେବାକୁ ପଡ଼ିବ। ଭୟଭୀତ ହୋଇ କାର୍ଯ୍ୟ କଲେ ପ୍ରଭାବହୀନ ହେବେ।

କୁମ୍ଭ-  ବିଚକ୍ଷଣ ଜ୍ଞାନଗରିମାଯୁକ୍ତ ହେବେ। ମନୋଜ୍ଞ ହେବାର ସୂଚନା ମିଳୁଛି। ଆଜିର କର୍ମ ସମୃଦ୍ଧିର ସ୍ମାରକୀ ହୋଇପାରେ। ବହୁ ସୌହାର୍ଦ୍ୟ ଓ ପ୍ରଭୂତ ମିତ୍ରଙ୍କ ସାନ୍ନିଧ୍ୟ ପାଇଁ ନିଜର ସୁଚିନ୍ତିତ ମତବ୍ୟକ୍ତ କରିବେ।

ମୀନ-  ଦ୍ବିଜଙ୍କ ହିତସାଧନ ପାଇଁ ସଦାସର୍ବଦା ଉଦ୍ୟମରତ ହେବେ। ପୁଣ୍ୟ ଅର୍ଜନରେ ତତ୍ପରତା ପ୍ରକାଶ ପାଇବ। ଦୃଢ଼ଜ୍ଞ ହୋଇପାରନ୍ତି। ବିଖ୍ୟାତ୍‌ କୀର୍ତ୍ତି ସ୍ଥାପନ କରିବାରେ ସକ୍ଷମ ହେବେ। କାର୍ଯ୍ୟଦକ୍ଷ ହେବେ।

Comments are closed.