www.samajalive.in
Friday, December 5, 2025
26.1 C
Bhubaneswar

ଘମାଘୋଟ ଯୁଦ୍ଧ , କେହି ରୋକିପାରିବେ ନାହିଁ’- ହମାସ ଆକ୍ରମଣରେ ଇସ୍ରାଏଲର ୯ ସୈନିକ ମୃତ

ତେଲ ଆବିଭ୍‌ : ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଲାଗି ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବାର ଦିନକ ପରେ ନେତାନ୍ୟାହୁ ଏହା କହିଛନ୍ତି। ଗୁରୁବାର ନେତାନ୍ୟାହୁ କହିଛନ୍ତି ଯେ ଆନ୍ତର୍ଜାତିକ ସମୁଦାୟର ଚାପ ସତ୍ତ୍ବେ ଗାଜାରେ କୌଣସି ପ୍ରକାର ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ ନାହିଁ।

ଯୁଦ୍ଧରେ ବିଜୟୀ ହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଗାଜାରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଇଜିପ୍ଟ ଓ ମରିଟାନିଆ ପକ୍ଷରୁ ଜାତିସଂଘରେ ମଙ୍ଗଳବାର ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ଭାରତ ସମେତ ୧୫୩ ରାଷ୍ଟ୍ର ସମର୍ଥନ କରିଥିବାବେଳେ ୧୦ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ।

- Advertisement -

୨୩ ରାଷ୍ଟ୍ର ଭୋଟ ଦେବାରୁ ବିରତ ରହିଥିଲେ। ଅନ୍ୟପରେ ଗାଜାରେ ଇସ୍ରାଏଲ ସ୍ଥଳମାର୍ଗରେ ଚଳାଇଥିବା ଆକ୍ରମଣକୁ ବଡ ଧକ୍କା ଲାଗିଛି। ବୁଧବାର ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୯ଜଣ ସୈନିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ସେନା କହିଛି ଯେ ଯୁଦ୍ଧ ଆରମ୍ଭ ପରଠାରୁ ଗାଜାରେ ଇସ୍ରାଏଲର ୧୫ଜଣ ସୈନିକ ପ୍ରାଣ ହରାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଜଣ ସୈନିକ ପ୍ରାଣ ହରାଇଛନ୍ତି। ଯାହା ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲ ସେନା ପାଇଁ ସବୁଠାରୁ ବଡ କ୍ଷତି। ଅନ୍ୟପଟେ ଇସ୍ରାଏଲକୁ ୨୦ହଜାର ରାଇଫଲ ବିକ୍ରି କରିବା ଲାଗି ଆମେରିକା ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ବିଳମ୍ବିତ ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories