www.samajalive.in
Monday, December 15, 2025
26.1 C
Bhubaneswar

ବନ୍ଦ ଘର ଭିତରୁ ଯୁବକଙ୍କ ମୃତଦେହ ଜବତ

ପିପିଲି:ପିପିଲି ଥାନା ଅନ୍ତର୍ଗତ ମଠସାହି ବଜାର ଉପରେ ଥିବା ଏକ ବନ୍ଦ ଘର ମଧ୍ୟରୁ ଗୁରୁବାର ସଂନ୍ଧ୍ୟାରେ ପୁଲିସ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି। ମୃତକଙ୍କ ନାମ କେ. ଶିବା (୨୫) ଓ ତାଙ୍କ ଘର ପୁରୀର ସମୁଦ୍ରକୁଳ ଥାନା ଅନ୍ତର୍ଗତ ବାଲିମୋଚିସାହି ରେ ହୋଇଥିବା ସୂଚନା ମିଳିଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ, କେ. ଶିବା ଜଣେ ରଙ୍ଗ ମିସ୍ତ୍ରୀ ହୋଇଥିବା ବେଳେ ସେ ମଠସାହି ବଜାରରେ ଥିବା ଉକ୍ତ ଭଡା ଘରେ ରହୁଥିଲା। ଗୁରୁବାର ଦିନ ପ୍ରାୟ ୧୨ଟା ଯାଏଁ ଉକ୍ତ ଘରର କାଠ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଘର ଭିତରେ ବିଦ୍ୟୁତ୍‍ ବଲ୍‍ବ ଜଳୁଥିବାର ସ୍ଥାନୀୟ କେତେକ ଲୋକେ ଦେଖି ସନ୍ଦେହ କରିଥିଲେ। କବାଟ ବାଡେଇ ଯେତେ ଡାକିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ଲୋକଙ୍କ ସନ୍ଦେହ ବଢିଥିଲା।

ସେମାନେ ଝରକାର ଫାଙ୍କ ବାଟେ ଦେଖିବାରେ ଶିବା ଘର ଭିତରେ ଚଟାଣ ଉପରେ ମୁଁହ ଉପରକୁ କରି ପଡିଥିବାର ଦେଖିବାକୁ ପାଇଥିଲେ। ଏ ସଂପର୍କରେ ଖବର ପାଇ ପିପିଲି ଏସ୍‍ଡିପିଓ ବିରଞ୍ôଚ ନାରାୟଣ ପତି, ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଏସ୍‍ଆଇ ରାଜନ ବିଶୋଇ, ଏଏସ୍‍ଆଇ ରମାକାନ୍ତ ସାହୁ ପ୍ରମୁଖ ସଂନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ôଚ ଉକ୍ତ ଘର ମଧ୍ୟରୁ ଶିବାର ମୃତଦେହକୁ ଜବତ କରିଥିଲେ। ମୃତକଙ୍କ କାନମୁଣ୍ଡାରେ ଆଘାତ ଚିହ୍ନ ଥିବା ବେଳେ ସେ ଚଟାଣରେ ଚାଦର ବିଛାଇ ଶୋଇଥିବା ପରିଲକ୍ଷିତ ହୋଇଥିଲା। ମୃତଦେହ ପାଖରେ ଏକ ମାଙ୍କଡା ପଥର ପଡିଥିବା ପରିଲକ୍ଷିତ ହୋଇଛି। ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ମୃତକଙ୍କ ପରିବାର ଲୋକଙ୍କୁ ପୁଲିସ ଅପେକ୍ଷା କରିଥିବା ବେଳେ ଶୁକ୍ରବାର ସକାଳେ ମୃତଦେହର ପଞ୍ଚାନାମା କରାଯିବା ସହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ ନେଇ ଲୋକଙ୍କ ମନରେ ନାନା ସନ୍ଦେହ ପ୍ରକାଶ ପାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories