ମଙ୍ଗଳ ଗ୍ରହ ବକ୍ର ଗତି ଆରମ୍ଭ , ସମସ୍ତ ରାଶି ଉପରେ କ’ଣ ପ୍ରଭାବ ଜାଣନ୍ତୁ

0

ଜୁନ୍‌ ୨୭ ତାରିଖରୁ ମଙ୍ଗଳର ଗ୍ରହର ବକ୍ର ଗତି ଆରମ୍ଭ ହୋଇଥିବା ଅନେକ ଜ୍ୟୋତିଷ ମତ ଦେଇଛନ୍ତି ।ଏହି ଗ୍ରହ ସ୍ଥାନ ପରିବର୍ତ୍ତନ କରିଥିବାରୁ ପ୍ରାୟ ସମସ୍ତ ରାଶି ଉପରେ ଏହାର ପ୍ରଭାବ ରହିଛି । ତେବେ କେଉଁ ରାଶି ଉପରେ ଏହାର କଅଣ ପ୍ରଭାବ ରହିଛି ଆସନ୍ତୁ ଜାଣିବା –

ମେଷ ରାଶିରେ ମଙ୍ଗଳ ଗ୍ରହ ବକ୍ର ହେଲେ ଏହାର ଭଲ ପ୍ରଭାବ ରହିଛି । ମେଷ ରାଶିର ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖା ଦେବ । ଏମାନେ ଜୀବନରେ ଆଗକୁ ବଢିବେ  ।

ବୃଷ- ଏହି ଅବସରରେ ବୃଷ ରାଶିର ଲୋକଙ୍କୁ ଦେଖି ଚାହିଁ ରହିବାକୁ ପଡିବ । ବେଳେ ବେଳେ ଭଲ ସୁଯୋଗ ଆସିପାରେ । ମାତ୍ର ଅବସ୍ଥାକୁ ଦେଖି ବ୍ୟବସ୍ଥା କରିବାକୁ ପଡିବ ।

ମିଥୁନ- ଏହି ରାଶି ପାଇଁ ଭଲ । ଅନେକ ଶୁଭ ଫଳ ପ୍ରାପ୍ତି ହେବେ । ମାତ୍ର କୌଣସି ବାଦ ବିବାଦରେ ପଡନ୍ତୁ ନାହିଁ ।

କର୍କଟ- କର୍କଟ ରାଶି ପାଇଁ ଏହା ଅତି ଭଲ  ସମୟ । ଏହି ଅବସରରେ କର୍କଟ ରାଶିର ଲୋକଙ୍କ ମଧ୍ୟରେ  ସକରାତ୍ମକ ଶକ୍ତି ବୃଦ୍ଧି ପାଇବ । ଜୀବନର ଭରପୁର ଆନନ୍ଦ ଉଠାଇବେ ।

ସିଂହ- ସିଂହ ରାଶିର ଲୋକଙ୍କ ମଧ୍ୟରେ ଏହି ଅବସରରେ କିଛିଟା ଖରାପ ପ୍ରଭାବ ପକାଇ ପାରେ । ଆର୍ଥିକ ଯୋଜନାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । କାହା ସହ ଶତ୍ରୁତା କରନ୍ତୁ ନାହିଁ ।

କନ୍ୟା- ଏହି ସମୟରେ ଆପଣ ସମୟକୁ ଦେଖି  କାମ କରନ୍ତୁ । ଅଜଥା ବିବାଦକେ ଫସନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ତୁଳା- ଆପଣଙ୍କର ଅଟକି ଥିବା କାମ ପୂରା ହୋଇପାରେ । ମାନସିକ ଅସ୍ତିରତା ଦେଖା ଦେଇପାରେ । ଦେଖି ଚାହିଁ ଟଙ୍କା ଖର୍ଚ୍ଚ କରନ୍ତୁ ।

ବିଚ୍ଛା- ବୈବାହିକ ଜୀବନ ସୁଖମୟ ହେବ । ଇଚ୍ଛା ଅନୁସାରେ ଜିନିଷ ମିଳିବ । ଅନେକ ସମସ୍ୟାର ସମାଧାନ ହୋଇପାରେ ।

ଧନୁ- ଆପଣ ସମସ୍ୟାର ସମାଧାନ କରି ଜୀବନରେ ଆଗକୁ ବଢିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ । ଧନ ଲାଭ ହୋଇ ପାରେ ।

ମକର-  ଏହି ସମୟରେ ଦେଖି ଚାହିଁ ଚଳନ୍ତୁ । ଆର୍ଥିକ ଭାବେ ସମସ୍ୟା ଆସିପାରେ । ବେଳେ ବେଳେ କ୍ରୋଧ ଆସିପାରେ ନିୟନ୍ତ୍ରଣ କରନ୍ତୁ ।

କୁମ୍ଭ- ଏହି ସମୟରେ ଆପଣ ଜରୁରୀ କାମ ଉପରେ ନଜର ଦେଇ ପାରିବେ ନାହିଁ । ଏହି ସମୟରେ ଦରକାର ହେଲେ ଆରମ କରନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇ ପାରେ ।

ମୀନ- ଆପଣଙ୍କ ପାଇଁ ଏହି ସମୟ ଅତି ଶୁଭ । ଏକ ବଡ ସମସ୍ୟାରୁ ମୁକ୍ତି ପାଇ ପାରନ୍ତି ।

Leave A Reply