www.samajalive.in
Saturday, December 6, 2025
26.1 C
Bhubaneswar

ରରୁଆଁ ତହସିଲ : ଫଇସଲା ପୂର୍ବରୁ ହଜି ଯାଉଛି ଫାଇଲ, ଜନସାଧାରଣ ହୀନସ୍ତା

ଠାକୁରମୁଣ୍ଡା : କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲରେ ଏବେ ତହସିଲଦାରଙ୍କ ମାନମୁଖୀ ଶାସନର ପ୍ରତିଫଳନ ଦେଖିବାକୁ ମିଳିଛି। ସେ ଖାଲି ଲୋକଙ୍କୁ ଦୁର୍ବ୍ୟବହାର କରୁ ନାହାନ୍ତି ବରଂ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ପୁଲିସର ଡର ଦେଖାଇ କାର୍ଯ୍ୟାଳୟ ବାହାରକୁ ପଠାଇ ଦେଉଛନ୍ତି। କିଛିଦିନ ପୂର୍ବରୁ ରରୁଆଁର ଦୁର୍ଗାପ୍ରସାଦ ରାମ ନାମକ ଜଣେ ବ୍ୟକ୍ତି ତହସିଲଦାରଙ୍କ ନିକଟକୁ ଜମିଜମା ସଂକ୍ରାନ୍ତୀୟ ଅଭିଯୋଗ ନେଇ ଯାଇଥିବା ସମୟରେ ତହସିଲଦାର ସାଇଶ୍ମିତା ଉପାଧ୍ୟାୟ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପୋଲିସ ଡାକି ଗିରଫ କରେଇଦେବାର ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ଦୀର୍ଘ ୮ ମାସ ହେବ ରରୁଆଁ ତହସିଲଦାର ଟ୍ରେସ ମ୍ୟାପ ଦେଉନଥିବା ହେତୁ ବିଧାୟକଙ୍କ ପାଣ୍ଠିରୁ ରରୁଆଁ ବ୍ଲକକୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଖୋଦ୍ ଯଶୀପୁର ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି । ପୂର୍ବ ବର୍ଷ ଲକଡାଉନ ସମୟରେ ସାଧାରଣ ଲୋକଙ୍କୁ ମାଡ଼ମାରି ଖୁବ ଚର୍ଚ୍ଚାରେ ଥିଲେ ତହସିଲଦାର। କିଛି ସଚେତନ ନାଗରିକଙ୍କ କହିବା ଅନୁସାରେ ତହସିଲଦାର ସବୁବେଳେ ନିଜକୁ ସର୍ବେସର୍ବା ଭାବି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାନ୍ତି। ଯଦି କେହି ତାଙ୍କ ବିରୋଧରେ ଜିଲ୍ଲାପାଳ କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥାନ୍ତି ତେବେ ତାଙ୍କୁ ସେ ବ୍ୟକ୍ତିଗତ ସ୍ତରରେ ହଇରାଣ ହରକତ କରିବା ସହ ପୋଲିସର ଡର ଦେଖାଇଥାନ୍ତି ।  ତହସିଲଦାରଙ୍କ ଦ୍ୱାରା ହେଉଥିବା ଏ ପରି ତାଲିବାନି ଶାସନରେ ଅତିଷ୍ଠ ହୋଇ ରରୁଆଁର ଜନସାଧାରଣ ନିନ୍ଦା କରୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଲୋକଙ୍କ ଭିତରେ କୁହୁଳୁ ଥିବା ନିଆଁ ଯଦି ଭୟଙ୍କର ରୂପ ଧାରଣ କରେ ତେବେ ତହସିଲଦାରଙ୍କ ବିରୋଧରେ ଗୋଟେ ବିରାଟ ଗଣ ଆନ୍ଦୋଳନକୁ ଏଡାଇ ଦିଆ ଯାଇନପାରେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories