ନାବାଳିକାଙ୍କୁ ବଳାତ୍କାର: ଟ୍ୟୁସନ୍ ସାର ଗିରଫ

କେନ୍ଦ୍ରାପଡ଼ା: ନିକିରାଇ ଥାନା ଅନ୍ତର୍ଗତ ଅମ୍ବାପଡ଼ା ଗ୍ରାମର ଜନୈକା ୭ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ଟ୍ୟୁସନ୍ ସାର। ଛାତ୍ରୀଙ୍କ ପରିବାରର ଅଭିଯୋଗକ୍ରମେ ପୁଲିସ ସମ୍ପୃକ୍ତ ଟ୍ୟୁସନ୍ ସାର ଗଣେଶ ନାୟକକୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଗଣେଶ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ଖରାପ ବ୍ୟବହାର କରି ଆସୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଟ୍ୟୁସନ୍ ସରିବା ପରେ ଛାତ୍ରୀଙ୍କୁ ଅଟକାଇ ବଳାତ୍କାର କରିଥିଲେ। ଛାତ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଗଣେଶକୁ ଅଟକ ରଖିଥିଲେ।