www.samajalive.in
Saturday, December 6, 2025
14.1 C
Bhubaneswar

ଶବ ପରିବହନ ପାଇଁ ହେବ ସ୍ବତନ୍ତ୍ର କଲ୍ ସେଣ୍ଟର ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟ ସରକାର ସୁବିଧାରେ ଶବ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର କଲ୍ ସେଣ୍ଟର ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛନ୍ତି। କଲ୍ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ। ଏଥିପାଇଁ ୧୦୮ଆମ୍ବୁଲାନ୍ସ ଭଳି ସ୍ବତନ୍ତ୍ର ଟୋଲ୍‌ ଫ୍ରି ନମ୍ବର ପରିଚାଳିତ ହେବ। ବୁଧବାର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ଶବକୁ ସେମାନଙ୍କ ଘର କିମ୍ବା ଶ୍ମଶାନ ଯାଏଁ ପରିବହନ ପାଇଁ ଏହି କଲ୍ ସେଣ୍ଟର କାମ କରିବ। ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେହିପରି ଏବେ ରାଜ୍ୟରେ କେଉଁ ଜିଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ବାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ଆଗାମୀ ଦିନରେ ଶବ ପରିବହନ ପାଇଁ କି.ମି. ପିଛା ଦର କେତେ ରହିବ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ୧୦୯ ଡାଏଲ୍‌ କଲେ ଶବ ବାହକ ଯାନ ଆସି ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଧାନସଭାରେ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories