www.samajalive.in
Sunday, December 7, 2025
26.1 C
Bhubaneswar

ସମୟରେ କାର୍ଯ୍ୟାଳୟ ନ ଆସିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ସରକାରୀ କର୍ମଚାରୀ ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି। ଦିନ ୧୦ଟାରୁ ଡ୍ୟୁଟି ଥିଲେ ବି ଏହାକୁ ବହୁ କର୍ମଚାରୀ ମାନୁନାହାନ୍ତି। ବିଶେଷ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କେତେକ କର୍ମଚାରୀ ଠିକ୍ ସମୟରେ ଅଫିସ୍ ଆସୁନାହାନ୍ତି। ଏହା ନଜରକୁ ଆସିବା ପରେ କର୍ମଚାରୀଙ୍କୁ ବିଭାଗ ଏନେଇ ଚେତାଇ ଦେଇଛି। ଠିକ୍ ସମୟରେ ଅଫିସ ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସିଧାସଳଖ ଶୁଣାଇ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଆଦେଶ ଅନୁସାରେ, ବିଭାଗର ବହୁ କର୍ମଚାରୀ ଠିକ୍ ସମୟରେ ଅଫିସ ଆସୁନଥିବାରୁ ଗୁରୁତ୍ବପୂର୍ଣ୍ଣ  ସମସ୍ୟା ଗୁଡ଼ିକର ସମାଧାନ ବିଳମ୍ବ ହେଉଛି। ଠିକ୍ ଦିନ ୧୦ଟା ବେଳେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ। ଏଥିରେ କୌଣସି ବିଚ୍ୟୁତି ପରିଲକ୍ଷିତ ହେଲେ ଏହାକୁ ଗୁରୁତର ଭାବେ ବିଚାର କରାଯିବ। ଖିଲାପି କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories