www.samajalive.in
Sunday, December 14, 2025
17.1 C
Bhubaneswar

ହିଞ୍ଜିଳିରେ ନାବାଳିକାକୁ ବଳାତ୍କାର : ପୁଲିସ ଚୁପ୍ ନେଇ ବିଜେପିର ପ୍ରଶ୍ନବାଚୀ ?

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ପ୍ରତିଦିନ ରାଜ୍ୟରେ ନାବାଳିକାଙ୍କଠୁ ଆରମ୍ଭ କରି ମହିଳାମାନେ ବଳାତ୍କାରର ଶିକାର ହୋଇ ଚାଲିଛନ୍ତି। ଦୀପ ତଳ ଅନ୍ଧାର ପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଥାନାଠାରୁ ମାତ୍ର ୧ କିମି ଦୂରରେ ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିଲେ ମଧ୍ୟ ପୁଲିସ ପାଖରେ କୌଣସି ସୂଚନା ନଥିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାନେତ୍ରୀ ପିଙ୍କି ପ୍ରଧାନ କହିଛନ୍ତି ଯେ ୬୫ ବର୍ଷର ବୃଦ୍ଧ ଜଣେ ନାବାଳିକାକୁ ବଳାତ୍କାର କରିବା ପରେ ବି ଶାସକ ଦଳର ସ୍ଥାନୀୟ ନେତାମାନେ ଘଟଣାକୁ ଚପାଇ ଦେବା ପାଇଁ ପୀଡିତା ପରିବାରକୁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଥାନା ଠାରୁ ୧ କିମି ଭିତରେ କେମିତି ବଳାତ୍କାର ହେଲା ଏବଂ ପୁଲିସ କିପରି ଏସବୁ ଜାଣି ପାରିଲା ନାହିଁ ? ପୁଲିସ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏବେ ପଛ ଘୁଞ୍ଚା ଦେଉଛି। ଘଟଣାକୁ ରଫାଦଫା କରିବା ପାଇଁ ଯେଉଁ ଲୋକମାନଙ୍କ ଅଡିଓ ସାମଜିକ ଗଣମାଧ୍ୟମରେ ବୁଲୁଛି ସେମାନେ କିଏ? ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ୫ ଦିନ ପରେ ଅପରାଧୀକୁ ଆଣି ପଚରାଉଚରା କରିବା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ରାଜ୍ୟ ମହିଳାମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡିତା ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଏହିଘଟଣାର ତଦନ୍ତ ଭାର ଏସଆଇଟିକୁ ଦିଆଯାଇ ନିର୍ଦିଷ୍ଟ ସମୟସୀମା ଭିତରେ ଦୋଷୀକୁ ଦଣ୍ଡ ଦେବାକୁ ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି। ପୀଡିତାର ମା’ ଜଣେ ଅଙ୍ଗନବାଡି କେନ୍ଦ୍ରରେ ରୋଷେୟା ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ଉପରେ କେସ ରଫାଦଫା କରିବା ପାଇଁ ଶାସକ ଦଳର ପକ୍ଷରୁ ଚାପ ପକାଯାଉଛି। ଏଣୁ ପୁଲିସ ପ୍ରଶାସନ ପୀଡିତା ପରିବାରକୁ ସୁରକ୍ଷା ଯୋଗାଇବା ସହ ସାମାଜିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସମ୍ମିଳନୀରେ ରାଜ୍ୟ ମହିଳାମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories