Patra electronics

ସମ୍ପର୍କୀୟ ଭାଇ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପୀଡିତା

0

ଝାରସୁଗୁଡା: ବେଳେ ବେଳେ ଅପରାଧ ବିଷୟରେ ସାଧାରଣ ମଣିଷ ସ୍ୱର ଉଠାଇବା ପାଇଁ ସାହସ ସଞ୍ଚୟ କରିପାରେନି । ସଚେତନ ହେଲେ ଅପରାଧକୁ ବିରୋଧ କରିଥାଏ । ଏପରି ଏକ ଘଟଣା ଝାରସୁଗୁଡାର ରେଙ୍ଗାଲି ଥାନା ଅଧିନରେ ଘଟିଛି । ବଳାତ୍କାର ଓ ଶୋଷଣ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର  ପରୀ ରଥ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରବିବାରରେ ଏହା ଝାରସୁଗୁଡା ଜିଲା ପରିକ୍ରମା କରିଥିଲେ । ଏତକି ବେଳେ ନାବାଳିକା ପୀଡିତା ଜଣଙ୍କ ଏହି କାର୍ଯ୍ୟକ୍ରମ ଦେଖିଥିଲେ। ଯୌନ ନିର୍ଯ୍ୟାତନା ବିଷୟରେ ଚୁପ୍‌ ନ ରହି ଏହାର ବିରୋଧ କରିବା ସହ ଅପରାଧିକୁ ଶାସ୍ତି ଦେବା ପାଇଁ ଦୃଢ ନିଷ୍ପତ୍ତି ନେଇଥିଲା। ଏହାପରେ ନିଜ ମାଆଙ୍କୁ ଅପରାଧି ,ଅପରାଧ ଓ ଆଠ ଦିନ ତଳେ ନିଜ ସମ୍ପର୍କୀୟ ଭାଇ ବଳାତ୍କାର କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା କଥା କହିଥିଲା। ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କର ଡାକ୍ତରୀମାଇନା  କରାଯାଇଛି । ପୁଲିସ ଏକମାମଲା ରୁଜୁ କରିବା ଅଭିଯୁକ୍ତକୁ ଧରିବା ପାଇଁ ଚଢଉ ଆରମ୍ଭ କରିଛି ।

Leave A Reply