ଫେସ୍ବୁକ୍ ବନ୍ଦ କରିବ ଏହି ସବୁ ନୋଟିଫିକେସନ୍
ନୂଆଦିଲ୍ଲୀ: ଇଣ୍ଟରନେଟ୍ ବ୍ୟବହାରକୀମାନେ ବ୍ୟବହାର କରୁଥିବା ସବୁଠାରୁ ବଡ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍ବୁକ୍ । ମାତ୍ର ଫେସ୍ବୁକ୍ରେ ଅତ୍ୟଧିକ ନୋଟିଫିକେସନ୍ ଯୋଗୁଁ ଏହାର ବ୍ୟବହାରକାରୀମାନେ ବେଳେବେଳେ ହଇରାଣ ହୋଇଥାଆନ୍ତି । ସ୍ମାର୍ଟଫୋନ୍ରେ ବି ଅନେକ ନୋଟିଫିକେସନ୍ ହୋଇଥାଏ । ଏବେ ଆପଣଙ୍କ ଫେସ୍ବୁକ୍ ଫ୍ରେଣ୍ଡ ବା ବନ୍ଧୁ ମେସେଞ୍ଜର ଆପ୍ ଡାଉନ୍ଲୋଡ୍ କଲେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଆସିଥାଏ । ଏବେ ଫେସ୍ବୁକ୍ ଏହି ନେଟିଫିକେସନ୍ ବନ୍ଦ କରିବାକୁ ଯାଉଛି । ଏହାର ବ୍ୟବହାରକାରୀମାନଙ୍କ ପାଇଁ ଏହାକୁ ତିଆରି କରାଯାଇଥିଲେ ବି ଏହେ ଏବେ ବ୍ୟବହାରକାରୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ‘ଟେକ୍କ୍ରଞ୍ଚ୍ର’ ରିପୋର୍ଟ ଅନୁସାରେ ଯେଉଁମାନେ ଚାଟିଂ କରିବା ପାଇଁ ପସନ୍ଦ କରୁନାହାନ୍ତି ସେମାନେ ଚାହିଁଲେ ଏହି ନୋଟିଫିକେସନ୍ ବନ୍ଦ କରିପାରିବେ । ଏବେ କୌଣସି ଜିନିଷ ଆପଣ ଫେସ୍ବୁକ୍ରେ ପୋଷ୍ଟ କଲେ ଏବେ ଅଧିକ ଅପସନ୍ ଆସୁଛି । ଏବେ ଏହାର ବ୍ୟବହାରକାରୀ ଚାହିଁଲେ ଇଚ୍ଛା ଅନୁସାରେ ଏହି ସବୁ ଅପସନ୍କୁ ଚୟନ କରିପାରିବେ ।
ଗତ ମେ ମାସରେ ଫେସ୍ବୁକ୍ରେ ଏକ ଭାଇରସ୍ ବା ବଗ୍ ଆସିଥିଲା । ଏହା ସେଟିଂରେ ପରିବର୍ତ୍ତନ କରି ପ୍ରାଇଭେଟ୍ ଅପସନ୍କୁ ପବ୍ଲିକ୍ କରି ଦେଇଥିଲା । ତେବେ ଏହାକୁ ଯାଞ୍ଚ କରି ପୁଣି ଚାହିଁଲେ ସେଟିଂରେ ଏହାକୁ ପ୍ରାଇଭେଟ୍ କରିହେବ ବୋଲି ଫେସ୍ବୁକ୍ ପକ୍ଷରୁ ସୂଚନା ଦିଆଯାଇଛି ।