www.samajalive.in
Sunday, December 14, 2025
17.1 C
Bhubaneswar

ରଣବୀରଙ୍କ ନୂଆ ଚେହେରା

ମୁମ୍ବଇ : ଅଭିନେତା ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍‌ତ’ର କାମ ଅଧାଅଧି ଶେଷ ହୋଇଥିବାବେଳେ ଅନ୍ୟ ଏକ ଚଳଚ୍ଚିତ୍ର ‘ଜୟେଶ ଭାଇ ଜୋର୍‌ଦାର୍‌’ର କାମ ଆରମ୍ଭ ହେବାକୁ ଯାଉଛି। ଏଥିରେ ସେ ଜଣେ ଗୁଜୁରାଟୀ ଯୁବକ ଭୂମିକାରେ ଦେଖାଦେବେ। ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରଣବୀର ଏହି ଚରିତ୍ରର ପ୍ରଥମ ଲୁକ୍‌ ଶେୟାର କରିଛନ୍ତି। ଏହାର ପ୍ରସ୍ତୁତି ମଧ୍ୟ ସେ ଆରମ୍ଭ କରିସାରିଛନ୍ତି। ଆଜିକାଲି ରଣବୀର ଅଧିକାଂଶ ସମୟ ନିଜ ଗୁଜୁରାଟୀ ବନ୍ଧୁଙ୍କ ସହ ଅତିବାହିତ କରୁଛନ୍ତି। ସେମାନଙ୍କ କଥାକହିବାର ​‌େ​‌ଶୖଳୀ, ଖାଇବା-ପିଇବା ଇତ୍ୟାଦିକୁ ଭଲଭାବେ ସେ ନିରୀକ୍ଷଣ କରୁଥିବାର ଏକ ସାକ୍ଷାତକାର୍‌ରେ କହିଛନ୍ତି। ଏହାର ସୁଟିଂ ଜାନୁଆରୀ ପରେ ଆରମ୍ଭ ହେବାର ଯୋଜନା ରହିଛି। ନଭେମ୍ବର ଦ୍ବିତୀୟ ସପ୍ତାହରୁ ସେ ପତ୍ନୀ ଦୀପିକାଙ୍କ ସହ ଲମ୍ବା ଛୁଟିରେ ଯିବେ। ନଭେମ୍ବର ୧୪ରେ ଦୁହେଁ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଯଦିଓ ନିଜ ଗନ୍ତବ୍ୟସ୍ଥଳକୁ ରଣବୀର ଉନ୍ମୋଚନ କରିନାହାନ୍ତି, କିନ୍ତୁ ସେମାନେ ସୁଇଜରଲ୍ୟାଣ୍ଡ ଯିବାର ଯୋଜନା ଥିବାର ଶୁଣାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories