ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୪୫ ଜଣ ଛାତ୍ରଛାତ୍ରୀ
ରେଙ୍ଗାଲିକେମ୍ପ: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ବ୍ଲକରେ ଦୁଇଟି କେନ୍ଦ୍ର ଯଥା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଏହି ପରୀକ୍ଷା ହୋଇଥିଲା। ଏଥିରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ୨୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସରକାରୀ ବାଳିକା ବିଦ୍ୟାଳୟରେ ୧୬୬ ଜଣ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୯ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରବେଶିକା ପରୀକ୍ଷା ନିମନ୍ତେ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଥିଲା। ସେହିପରି ଏହି ପରୀକ୍ଷା ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବିଜ୍ଞାନ, ଗଣିତ, ସାହିତ୍ୟ, ଇଂରାଜୀ ଓ ସାମାଜିକ ବିଜ୍ଞାନ ଆଦି ବିଷୟ ବସ୍ତୁ ଉପରେ ପ୍ରଶ୍ନ ରହିଥିଲା।
ଏହି ପରୀକ୍ଷା ପାଇଁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସୁରେନ୍ଦ୍ର ବେହେରା ସୁପରିଷ୍ଟେଡେଣ୍ଟ ଦାୟିତ୍ବ ତୁଲାଇଥିବା ବେଳେ ଶିକ୍ଷୟିତ୍ରୀ ବିଦ୍ୟୁତ ପ୍ରଭା ମିଶ୍ର, ପଦ୍ମିନୀ ତ୍ରିପାଠୀ, କଳ୍ପନା ଜେନା, ମଞ୍ଜୁଲତା ଦାଶ, ପୁଷ୍ପଲତା ନାଏକ, ଗୀତାଞ୍ଜଳି ବେହେରା ପ୍ରମୁଖ ସହଯୋଗ କରିଥିଲେ। ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ମନୋଜ ହରପାଲ ସୁପରିଷ୍ଟେଡେଣ୍ଟ ଦାୟିତ୍ଵ ତୁଲାଇ ଥିଲେ ଓ ସୁପ୍ରଭା ସାହୁ, ଜ୍ୟୋତି କିରଣ ମହାନ୍ତି, ପଦ୍ମାଳୟା ଭୋଇ, ଲବ ସାହୁ, ପୁଷ୍ପାଞ୍ଜଳି ବିଶ୍ବାଳ, ରବି ଗୁପ୍ତା, ସୁଶ୍ରୀ ହେମଲତା ନାଏକ ପ୍ରମୁଖ ସହଯୋଗ କରିଥିଲେ। ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ଓ ଅତାବିରା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ପର୍ଯ୍ୟବେକ୍ଷକ ଭାବେ ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ୧୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ୮୦ ସିଟ ଖାଲି ରହିଥିବା ଜଣାପଡିଛି।
Comments are closed.