www.samajalive.in
Saturday, December 6, 2025
14.1 C
Bhubaneswar

ରଣପୁରରେ ଘିଅ ଠାରୁ ପିଇବା ପାଣି ସବୁ ନକଲି

ରଣପୁରଗଡ: ଖାଦ୍ୟ ଅପମିଶ୍ରଣ ଯୋଗୁଁ ଲୋକମାନେ ପେଟରୋଗ ଠାରୁ ଆରମ୍ଭ କରି ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଉଥିବା ବେଳେ ଖାଦ୍ୟ ନିରୀକ୍ଷକମାନେ ଅସାଧୁ ବ୍ୟବସାୟୀ ସହ ସାଲିସ କରି ନିଦରେ ରହୁଥିବା ଅଭିଯୋଗ ହେଉଛି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ। ଦୋକାନ ମାନଙ୍କରେ ଯେଉଁ ଖାଇବା ଘିଅ ମିଳୁଛି ତା ମାନ ନକହିବା ଭଲ କାରଣ ଦୀପରେ ଲଗାଯାଉଥିବା ଘିଅ ଜଳୁନି। ସରକାର ପାନୀୟଜଳ ବ୍ୟବହୃତ ପାଣି ପାଉଚକୁ ବ୍ୟାନ କରିଥିବା ବେଳେ ଖୋର୍ଦ୍ଧା ମଳିପଡା ଅଞ୍ଚଳରୁ ବିନା ସୂଚନା ବିନା ଷ୍ଟାମ୍ପ ପାଣି ପାଉଚ ବିକ୍ରୟ ଚାଲିଛି। ମୁନାଫାଖୋର ବ୍ୟବସାୟୀ ମାନେ ଖୁଲମଖୁଲା ନକଲି ଘିଅ ଠାରୁ ପାଣି ପାଉଚ ବିକ୍ରୟ କରି ଚାଲିଛନ୍ତି। ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର କୁହନ୍ତି ଆମର ଖାଦ୍ୟ ନିରୀକ୍ଷକ ପଦବୀ ନାହିଁ।

ନୟାଗଡ଼ ଜିଲ୍ଲା ଖାଦ୍ୟ ନିରୀକ୍ଷକ ନବକିଶୋର ସାହୁ କୁହନ୍ତି ଆମେ ମନ୍ଦିରରେ ବ୍ୟବହୃତ ଘିଅ ମଝିରେ ମଝିରେ ତନଖି କରୁଛୁ। ନକଲି ଘିଅ ଓ ନକଲି ପାଣି ପାଉଚ ବିକ୍ରୟକୁ ସ୍ଵିକାର କରି କୁହନ୍ତି ଆମେ ଯିବା କଥା ଦୋକାନୀମାନେ ଖବର ପାଇ ଯାଉଛନ୍ତି। ତେଣୁ ଆମେ ଗଲାବେଳେ ଦୋକାନ ବନ୍ଦ ରହୁଛି। ନକଲି ପାଣି ପାଉଚ ମଧ୍ୟ ଆମ୍ଭେ ପାଉନାହୁଁ।  ଜିଲ୍ଲା ଓ ରାଜ୍ୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ଏହି ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ଶ୍ରାବଣ: ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ଶିବଙ୍କ କୃପାରୁ ବର୍ଷିବ ଧନ, ଖାଲି ମିଳିବ ସଫଳତା..

- Advertisement -

ମାଡି ଆସିଲା ବନ୍ୟା ପାଣି ; କୁକୁର ପାଇଁ ବଞ୍ଚିଲା ୬୭ ଜୀବନ

ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା..

ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories