www.samajalive.in
Monday, December 8, 2025
24.1 C
Bhubaneswar

ମାଡି ଆସିଲା ବନ୍ୟା ପାଣି ; କୁକୁର ପାଇଁ ବଞ୍ଚିଲା ୬୭ ଜୀବନ

ନୂଆଦିଲ୍ଲୀ :କୁକୁର ପାଇଁ ବଞ୍ଚିଲା ୬୭ ଜଣଙ୍କ ଜୀବନ। ହିମାଚଳ ପ୍ରଦେଶ ମଣ୍ଡି ଅଂଚଳରେ ଜାରି ରହିଛି ବର୍ଷାର ତାଣ୍ଡବ । ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଲୋକଙ୍କ ପାଇଁ ପାଲଟିଛି ମୁଖ୍ୟ ସମସ୍ୟା । ଗତ ୧୫ ଦିନରେ ଏକାଧିକ ଥର ବାଦଲ ଫଟା ବର୍ଷା, ବନ୍ୟା ଓ ପାହାଡ଼ରୁ ମାଟି ଅତଡ଼ା ଧସିବା ଦ୍ବାରା ଏହି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ମଧ୍ୟରେ କୁକୁର ପାଇଁ ବଞ୍ଚି ଯାଇଛି ଅନେକ ଜୀବନ । ଘଟଣା ଅନୁଯାୟୀ, ସିୟାଥି ଗାଁର କୁକୁର ଭୁକିବା କାରଣରୁ ଏମାନଙ୍କ ଜୀବନ ବଞ୍ଚି ଯାଇଛି । ବନ୍ୟା ପାଣି ମାଡି ଆସିବାରୁ ପୂରା ଗାଁଟି ଭାସିଯାଇ ମାଟିରେ ମିଶି ଯାଇଛି ।

ଗତ ଜୁନ ୩୦ରେ ମଣ୍ଡିରେ ହୋଇଥିବା ଭୟଙ୍କର ବାଦଲଫଟା ବର୍ଷା, ରାତିରେ ଏଭଳି ଚମତ୍କାର ଘଟଣା ଘଟିଛି । ରାତି ପ୍ରାୟ ୧ଟାରେ ମଣ୍ଡିରେ ହୋଇଥିଲା ବାଦଲ ଫଟା ବର୍ଷା। ଫଳରେ ସେଠାରେ ଦେଖା ଦେଇଥିଲା ଅଚାନକ୍ ବନ୍ୟା, ଏହା ପଛକୁ ପାହାଡରୁ ମାଟି ଅତଡ଼ା ଧସିଥିଲା । ଏହି ସମୟରେ ସିୟାଥି ଗାଁ ଲୋକେ ଘରେ ଶୋଇଥିଲେ । ଗାଁ ମୁହାଁ ବନ୍ୟା ଦେଖି କୁକୁରମାନେ ଏକାସାଙ୍ଗେ ଅତି ଜୋରରେ ବିକଟାଳ ଭୁକିବାରେ ଲାଗିଥିଲେ । ଫଳରେ ଚମକି ପଡି ଗାଁର ୨୦ ପରିବାର ରାତି ଅଧରେ ଉଠି ଯାଇଥିଲେ । ଆଉ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ ।
ସିୟାଥି ଗ୍ରାମବାସୀ କହିଛନ୍ତି କୁକୁର ଭୁକିବା ଶୁଣି ସେମାନେ ସତର୍କ ହୋଇ ଯାଇଥିଲେ । ଏହାପରେ ହଠାତ ଭୂସ୍ଖଳନ ହୋଇ ଗାଁ ମାଟିରେ ମିଶିଯାଇଥିଲା । କେବଳ ୩ରୁ ୪ଟି ଘରକୁ ଛାଡ଼ିଦେଲେ ପୂରା ଗାଁ ମାଟିରେ ମିଶିଯାଇଛି । ହିମାଚଳ ପ୍ରଦେଶରେ ମୌସୁମୀ ଜନିତ ବର୍ଷା ଓ ବନ୍ୟାରେ ବର୍ତ୍ତମାନ୍ ୭୮ ଜଣଙ୍କ ମୃତ୍ୟୁ ହେଲାଣି ।

ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା..

- Advertisement -

ରାଜଧାନୀରେ ଏହି ମହିଳାଙ୍କୁ ମିଳିବନି ମାଗଣା ବସ୍‌ ସେବା, ସରକାର ଆଣିଲେ ନୂଆ ନିୟମ

ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories