www.samajalive.in
Monday, December 8, 2025
27.1 C
Bhubaneswar

ବଜାଜ୍ ଚେତକ ୩୦୦୧, ଜାଣନ୍ତୁ ୪ଟି ଗୁରୁତ୍ୱପୂର୍ଣ୍ଣ ଫିଚର

ଡେସ୍କ/ନୂଆଦିଲ୍ଲୀ/ଭୁବନେଶ୍ବର: ବୁଲନ୍ଦ ଭାରତ କି ବୁଲନ୍ଦ ତସବୀର, ହମାରା ବଜାଜ। ଏହି ଲୋକପ୍ରିୟ ଗୀତ ଶୁଣିଲେ ଆପଣଙ୍କର ନିଶ୍ଚୟ ଭାରତର ବହୁଳ ଆଦୃତ ବଜାଜ ସ୍କୁଟର କଥା ମନେପଡ଼ୁଥିବ। ତେବେ ବର୍ତ୍ତମାନ ସମୟରେ ବଜାଜ ବଜାରକୁ ଆଣିଛି ଇଲେକ୍ଟ୍ରିକ ସ୍କୁଟର। ମାତ୍ର ଅଳ୍ପ ଦିନ ମଧ୍ୟରେ ବଜାଜର ନୂଆ ଚେତକ ଭାରିଆଣ୍ଟ ୩୦୦୧ ମଡେଲର ବିକ୍ରି ବୃଦ୍ଧି ପାଇଛି। ତେବେ କିଛି ଦିନ ପୂର୍ବରୁ ଏହି ମଡେଲରେ କିଛିଟା ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

୧ – ବ୍ୟାଟେରୀ
ଚେତକ ୩୦୦୧ରେ ଥିବା ଅଧିକ ସୂକ୍ଷ୍ମ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଅପଗ୍ରେଡ୍ ମଧ୍ୟରୁ ଗୋଟିଏ ହେଉଛି ବ୍ୟାଟେରୀ ରହିଥିବା ସ୍ଥାନ। ୩ କିଲୋୱାଟ ବ୍ୟାଟେରୀକୁ ଏବେ ସ୍କୁଟରର ନିମ୍ନ ଭାଗରେ ରଖାଯାଇଛି, ଯାହା ଫଳରେ ଗୁରୁତ୍ୱାକର୍ଷଣ କେନ୍ଦ୍ର କମ୍ ହୋଇଥାଏ ଏବଂ ଅସମାନ ରାସ୍ତାରେ ଗାଡି ଚଳାଇବା କିମ୍ବା ଟର୍ଣ୍ଣ କରିବା ସମୟରେ ସନ୍ତୁଳନକୁ ବୃଦ୍ଧି ପାଇବ। ବ୍ୟାଟେରୀ କମ୍ପାର୍ଟମେଣ୍ଟ ପରିବର୍ତ୍ତନ ଫଳରେ ସିଟ୍ ତଳେ ଅଧିକ ସ୍ଥାନ ମଧ୍ୟ ସୃଷ୍ଟି ହୋଇଛି ଯେଉଁଥିରେ ବ୍ୟାଗ୍, ସାମଗ୍ରୀ କିମ୍ବା ହେଲମେଟ୍ ନିଆଯାଇ ପାରିବ।

- Advertisement -

୨ – ଥରେ ରିଚାର୍ଜରେ ୧୨୭ କିଲୋମିଟର
ଅଟୋମୋଟିଭ ରିସର୍ଚ୍ଚ ଆସୋସିଏସନ ଅଫ ଇଣ୍ଡିଆ ଅନୁଯାୟୀ ଚେତକ ୩୦୦୧ ଇଭି ସ୍କୁଟରକୁ ଥରେ ମାତ୍ର ରିଚାର୍ଜ କରି ୧୨୭ କିଲୋମିଟର ଯାତ୍ରା କରିପାରିବେ ଅର୍ଥାତ ବାରମ୍ବାର ରିଚାର୍ଜ ନକରି ଅଧିକାଂଶ ଦୈନନ୍ଦିନ ଯାତାୟାତ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ବ୍ୟାଟେରୀ ଜୀବନ ପ୍ରଦାନ କରେ। ଯଦିଓ ଟ୍ରାଫିକ୍ ପରିସ୍ଥିତି ଏବଂ ଚଲାଇବା ଅଭ୍ୟାସ ଅନୁଯାୟୀ ଏହା ଭିନ୍ନ ହୋଇପାରେ।

୩ – ଷ୍ଟୋରେଜ
ଚେତକ ୩୦୦୧ ମଡେଲରେ ସିଟ ତଳେ ୩୫ ଲିଟର ଷ୍ଟୋରେଜ ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କେଉଁ ସ୍କୁଟରରେ ପାଇବା ସହଜ ନୁହେଁ। ଏଥିରେ ଚାର୍ଜିଂ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁବିଧାଜନକ କରାଯାଇଛି। ସ୍କୁଟି ସହ ଆସୁଥିବା ୭୫୦ ୱାଟ ଚାର୍ଜର ପ୍ରାୟ ୩ ଘଣ୍ଟା ୫୦ ମିନିଟରେ ବ୍ୟାଟେରୀକୁ ୦ରୁ ୮୦ % ପର୍ଯ୍ୟନ୍ତ ଚାର୍ଜ କରିଥାଏ।

୪ – ନିର୍ମାଣ ଗୁଣବତ୍ତା
ପୂର୍ବ ଚେତକ ମଡେଲଗୁଡ଼ିକ ପରି, ୩୦୦୧ ମଡେଲ ଷ୍ଟିଲରେ ନିର୍ମାଣ କରାଯାଇଛି ଯାହା ଫଳରେ ଏହା ଆଘାତ ସହି ପାରିବ। ଏହା ଆଇପି୬୭ ରେଟିଙ୍ଗ ହୋଇଥିବାରୁ ବର୍ଷାଝଡି ସମୟରେ ସ୍କୁଟରକୁ ବର୍ଷାପାଣିରୁ ରକ୍ଷା କରିଥାଏ। ଗ୍ରହଣ ମାନେ ଚାହିଁଲେ ୩ ହଜାର ୮୦୦ରୁ ଅଧିକ ବିକ୍ରୟ କେନ୍ଦ୍ରରୁ ଏହି ସୁବିଧା ପାଇପାରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories