www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ, କହିଲେ- ଆପଣ ଏହାର ଯୋଗ୍ୟ

ଓ୍ବାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଗାଜାରେ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହ୍ୱାଇଟ୍ ହାଉସରେ ରାତ୍ରୀଭୋଜନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଟ୍ରମ୍ପଙ୍କୁ ଏହା କହିଛନ୍ତି। ସେ ନୋବେଲ ପୁରସ୍କାର କମିଟିକୁ ପଠାଯାଇଥିବା ପତ୍ର ମଧ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ମୁଁ ଆପଣଙ୍କୁ ନୋବେଲ୍ ପୁରସ୍କାର କମିଟିକୁ ପଠାଯାଇଥିବା ପତ୍ର ଦେଖାଇବାକୁ ଚାହୁଁଛି। ଏଥିରେ ଆପଣଙ୍କୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି, ଯେଉଁଥିପାଇଁ ଆପଣ ଯୋଗ୍ୟ। ଏଥିପାଇଁ ଟ୍ରମ୍ପ ନେତାନ୍ୟାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ଏ ବିଷୟରେ ଜାଣି ନଥିଲି, ଆପଣଙ୍କୁ ବହୁତ ଧନ୍ୟବାଦ। ଏହା ବହୁତ ଅର୍ଥପୂର୍ଣ୍ଣ।

- Advertisement -

ପତ୍ନୀ ସାରାଙ୍କ ସହିତ ରାତ୍ରୀଭୋଜନ ପାଇଁ ହ୍ୱାଇଟ୍ ହାଉସ୍ ପହଞ୍ଚିଥିବା ନେତାନ୍ୟାହୁ ଏହି ଅବରରେ ଟ୍ରମ୍ପଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଇସ୍ରାଏଲ, ଇହୁଦୀ ଏବଂ ବିଶ୍ୱର ଅନେକ ଲୋକ ତାଙ୍କୁ ପ୍ରଶଂସା କରନ୍ତି। ନେତାନ୍ୟାହୁ କହିଛନ୍ତି, ମୁଁ ଆପଣଙ୍କ ନେତୃତ୍ଵ ପାଇଁ କେବଳ ସମସ୍ତ ଇସ୍ରାଏଲବାସୀଙ୍କ ପକ୍ଷରୁ ନୁହେଁ, ବରଂ ଇହୁଦୀ ଲୋକ ଏବଂ ବିଶ୍ୱବ୍ୟାପୀ ଆପଣଙ୍କର ଅନେକ ପ୍ରଶଂସକଙ୍କ ପକ୍ଷରୁ କୃତଜ୍ଞତା ଏବଂ ପ୍ରଶଂସା ବ୍ୟକ୍ତ କରିବାକୁ ଚାହୁଁଛି।

ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରାଙ୍କ ପାଇଁ ରାତ୍ରୀଭୋଜନ ଆୟୋଜନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହା ମଧ୍ୟ କହିଥିଲେ ଯେ, ନେତାନ୍ୟାହୁ ତାଙ୍କର ବହୁ ପୁରୁଣା ବନ୍ଧୁ। ଟ୍ରମ୍ପ କହିଥିଲେ, ବିବି(ବେଞ୍ଜାମିନ୍ ନେତାନ୍ୟାହୁ) ଏବଂ ସାରା ଆମ ସହିତ ଉପସ୍ଥିତ ରହିବା ଏକ ସମ୍ମାନର କଥା।

ପୁଣି ଭାରତ-ପାକିସ୍ତାନ ଯୁଦ୍ଧବିରତିର ନେଲେ ଶ୍ରେୟ:

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେଉଥିବା ଦେଖାଯାଇଥିଲା। ସେ ନେତାନ୍ୟାହୁଙ୍କୁ କହିଥିଲେ ଯେ, ଆମେ ଅନେକ ଯୁଦ୍ଧ ବନ୍ଦ କରିଛୁ, ତା’ ମଧ୍ୟରୁ ସବୁଠାରୁ ବଡ଼ ଯୁଦ୍ଧ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିଲା। ବାଣିଜ୍ୟ ପ୍ରସଙ୍ଗ ନେଇ ଆମେ ଏହାକୁ ବନ୍ଦ କରିଛୁ। ଆମେ ଭାରତ ଏବଂ ପାକିସ୍ତାନ ସହିତ କାମ କରୁଛୁ। ଆମେ କହିଥିଲୁ ଯେ, ଯଦି ତୁମେ ଯୁଦ୍ଧ କରିବ ତେବେ ଆମେ ତୁମ ସହିତ ଆଦୌ କାମ କରିବୁ ନାହିଁ। ସେମାନେ ହୁଏତ ପରମାଣୁ ଯୁଦ୍ଧ କରିଥା’ନ୍ତେ। ଏହାକୁ ରୋକିବା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ଥିଲା।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories