ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି । ମହାସଂଘ ୬ଦଫା ଦାବି ନେଇ ଆନ୍ଦୋଳନ କରୁଥିବାରୁ ରାଜ୍ୟରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ଗାଡି ଚାଲୁନଥିବାରୁ ଲୋକମାନେ ଯାତାୟତରେ ଅସୁବିଧା ଭୋଗିଛନ୍ତି । ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ କରିବାକୁ ଅଡି ବସିଛି ମହାସଂଘ । ସେପଟେ ଏନେଇ ଆଜି ସଂଘର ସରକାରଙ୍କ ସହ ବୈଠକ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଦାବି ରଖି ସମାଧାନ ପାଇଁ ବାଟ ବାହାରିପାରେ । ସେମାନଙ୍କ ଦାବି ଯଥାର୍ଥ, ଆଲୋଚନା ଦ୍ୱାରା ସମାଧାନ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।
Popular Categories



