www.samajalive.in
Saturday, December 13, 2025
23.1 C
Bhubaneswar

ରାମେଶ୍ୱରଦେବଙ୍କ ଶୀତଳଷଷ୍ଠୀ ଓ ବାଣଯାତ୍ରା ସଂପନ୍ନ

ପିପିଲି: ପିପିଲି ନିକଟବର୍ତ୍ତୀ ବାଗେଶ୍ୱରପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀରାମେଶ୍ୱରଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ଓ ବାଣଯାତ୍ରା ସମାରୋହରେ ସଂପନ୍ନ ହୋଇଛି । ଏହି ଯାତ୍ରାର ପ୍ରସିଦ୍ଧ କାଠଚକ୍ର ବାଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୫ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା ।

- Advertisement -

ପରଂପରା ଅନୁଯାଇ ପ୍ରଭୁ ଶ୍ରୀରାମେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ ଗତ ପଞ୍ଚମୀ ତିଥିରେ ମନ୍ଦିର ପରିସରରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଶୀତଳଷଷ୍ଠୀ ଅବସରରେ ରବିବାର ସଂନ୍ଧ୍ୟାରେ ଠାକୁରଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସୁସଜ୍ଜିତ ବିମାନରେ ତିନୋଟି ଗ୍ରାମକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁରଙ୍କ ନିକଟରେ ଚାଚେରୀ ଭୋଗ ଅର୍ପଣ କରାଯାଇଥିଲା । ସୋମବାର ଅପରାହ୍ନରେ ଠାକୁରଙ୍କର ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିର ସମ୍ମୁଖ ମେଳଣ ପଡିଆରେ ବିଜେ କରାଯିବା ପରେ ଠାକୁରଙ୍କ ସମ୍ମୁଖରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା ।

ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଗ୍ରାମ ତଥା ବାଗେଶ୍ୱରପୁର ଓ ଜମ୍ବିଲା ଗ୍ରାମ ମଧ୍ୟରେ ଆତସବାଜୀ ପ୍ରତିଯୋଗିତା ହୋଇଥିଲା । ବିରାଟ ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ କାଠଚକ୍ର ବାଣକୁ ଏକ ଲୁହାଦଣ୍ଡ ଉପରେ ରଖାଯାଇ ତାକୁ ଅଗ୍ନି ସଂଯୋଗ କରାଯିବା ପରେ ତାହା ବିରାଟ ଗର୍ଜନ କରି ଅଗ୍ନି ଓ ଧୁଆଁ ସହ ଘୁରି ବୁଲିବା ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଉଭୟ ଗ୍ରାମ ମଧ୍ୟରେ ୨୪ ଟି କାଠଚକ୍ର ବାଣ ସମେତ ଗଡମ୍ବା, ଚକ୍ରି ଓ ଅନ୍ୟାନ୍ୟ ରଙ୍ଗୀନ ଆତସବାଜି ପ୍ରଦର୍ଶନ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୫ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିବା ବେଳେ ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିଲା । ରାମେଶ୍ୱର ମନ୍ଦିର କମିଟି ଓ ଉଭୟ ଗ୍ରାମର ମୁରବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ମିଶ୍ର, ଲୋକନାଥ ଦାଶ, ନଟବର ମିଶ୍ର, ନାରାୟଣ ସାମନ୍ତରାୟ, ପ୍ରହଲ୍ଲାଦ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ମିଶ୍ର, ଗନ୍ଧର୍ବ ମିଶ୍ର, ବାବୁଲି ମିଶ୍ର, ଗଙ୍ଗାଧର ଷଡ଼ଙ୍ଗୀ, ସାମ୍ବାଦିକ ଦିବାକର ଷଡଙ୍ଗୀ, ସନ୍ତୋଷ କୁମାର ମିଶ୍ର, ରବିନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ମିଶ୍ର, ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories