www.samajalive.in
Monday, December 15, 2025
15.1 C
Bhubaneswar

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାମନାଗୁଡା: ବିଜେଡିର ୨୫ବର୍ଷ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ମିଳିତ ସହଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଆର୍ଦଶ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡଙ୍ଗା ଓ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ବିଷ୍ଣୁପ୍ରସାଦ ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ସଭାପତି ସୁଧୀର କୁମାର ଦାସ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟ ,ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କୁଜେନ୍ଦ୍ରୀ, ପାରିଖିତି, ସୁଣ୍ଡିଢାମୁଣି, ଭାମିନି, ପେଣେକାମ ଆଦି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଯୋଗଦେଇଥିଲେ । ବିଜୁ ଜନତାଦଳର ସାଧାରଣ ସଂପାଦକ କମଳଲୋଚନ ମୁଟିକା, ଜିଲ୍ଲା ଯୁବ ସଂପାଦକ ସଞ୍ଜୟ ପ୍ରଧାନ, ଯୁବ ଉପସଭାପତି ଅମିତ ମହାରଣା, ବ୍ଲକ ଛାତ୍ର ସାଧାରଣ ସଂପାଦକ ମାଧବ ମୁଟିକା ବ୍ଲକ ଯୁବ ସାଧାରଣ ସଂପାଦକ ସିଙ୍କୁ ପଣ୍ଡାଙ୍କ ସହ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟ ରାଓ କୁମ୍ଭୀରିକା, ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ଗୌଡ଼, ଆନନ୍ଦ ପରିଚ୍ଛା, ମକରଧ୍ୱଜ ଧୋବା, ଶିବପ୍ରସାଦ ବ୍ରହ୍ମା, ମାଧବ ମୁଟିକା, ଉପେନ୍ଦ୍ର ନେମାଲପୁରୀ, ସଞ୍ଜୟ ଗମାଙ୍ଗ, ଜି କାରିଆନା, ଅଶ୍ବିନୀ ରାଉଳ, ଗୁରୁମୂର୍ତ୍ତି ରାଜୁ ଏବଂ ରାମନାଗୁଡା ବ୍ଲକ ସମସ୍ତ ବିଜୁ କର୍ମୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ଅଁଳା, ପିସ୍ତା, ବେଲ, ଚାକୁଣ୍ଡା, କରଞ୍ଜ, ଆମ୍ବ, ତେନ୍ତୁଳି ଆଦି ବିଭିନ୍ନ ପ୍ରଜାତିର ୨ଶହ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବନେତା ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ।।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories