www.samajalive.in
Sunday, December 14, 2025
26.1 C
Bhubaneswar

ମୁହଁ ଖୋଲିଲେ ଅପରାଜିତା; କହିଲେ ବାବୁସାନଙ୍କ ନିକଟକୁ ଆସୁଥିଲା ଧମକର ଫୋନ୍‌

ଭୁବନେଶ୍ୱର: ଅଭିନେତା ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ପାରିବାରିକ କଳହ ମାମଲାରେ ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ଅପରାଜିତା ଗଣମାଧ୍ୟମ ଆଗରେ ନିଜର ମତ ରଖିବା ବେଳେ କୋହଭରା କଣ୍ଠରେ ନିଜର ସ୍ତ୍ରୀ, ପୁଅ, ଓ ବାପା, ମା’ଙ୍କ ନିକଟକୁ ବାବୁସାନଙ୍କୁ ଫେରିଆସିବାକୁ କହିଛନ୍ତି । ବାବୁ ଆଗରୁ ଏମିତି ନଥିଲା । କିଛି କୁସଙ୍ଗତରେ ଫଡ଼ି ଖରାପ ବାଟକୁ ଚାଲିଯାଇଛି ବୋଲି ଅପରାଜିତା କହିଛନ୍ତି ।

ତାହା ସହ ସେ ଆହୁରି କହିଛନ୍ତି ବାବୁସାନଙ୍କ ନିକଟକୁ ଧମକର ଫୋନ୍‌ ଆସୁଥିଲା ।  ବାବୁସାନ ବହୁତ ଭଲପିଲା ଓ ସ୍ନେହୀ । ତାହାଛଡ଼ା ବନ୍ଧୁ କାହାକୁ କୁହାଯାଏ ବୋଲି ଅପରାଜିତା ପ୍ରଶ୍ନ କରିବା ସହ ବନ୍ଧୁର ଅର୍ଥକୁ ନେଇ ଭଲଭାବେ ବୁଝାଇ କହିଛନ୍ତି । ଅପରାଜିତା କହିଛନ୍ତି, ଜଣେ ପ୍ରକୃତ ବନ୍ଧୁ ଅନ୍ୟ ଜଣେ ବନ୍ଧୁର କେବେ ବି ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ । କରୋନା ସମୟରେ ବାବୁସାନ ଖରାପ ସାଙ୍ଗରେ ପଡ଼ିଥିଲା ।

- Advertisement -

ଘରଠାରୁ ଦୂରେଇ ରହିଥିଲା ବୋଲି ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥି ସହିତ ବାବୁସାନ ଗୀତ, ଅଭିନୟ ଓ ଓଲିଉଡକୁ ତାଙ୍କର ଜୀବନ ଭାବନ୍ତି ବୋଲି ସେ କହିଛନ୍ତି।  ଖାଲି ସେତିକି ନୁ​‌ହେଁ ପ୍ରକୃତିଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ସେ କହିଛନ୍ତି ଗତ ୨ବର୍ଷ ଧରି ବୋହୂ ବାବୁକୁ ବୁଝାଇବାକୁ ଚେଷ୍ଟା କରିଛି । ପ୍ରକୃତି ମିଶ୍ର ଓ ତାଙ୍କ ପରିବାରକୁ ମଧ୍ୟ ବୋହୂ ବୁଝାଇଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories