www.samajalive.in
Monday, December 15, 2025
15.1 C
Bhubaneswar

ତୀବ୍ର ବେଗରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ୫୦ପ୍ରତିଶତ କାର୍ଯ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅଯୋଧ୍ୟାକୁ ଯେଉଁ ଦର୍ଶନାର୍ଥୀ ରାମ ମନ୍ଦିର ଦର୍ଶନ ପାଇଁ ଯାଆନ୍ତି, ସେମାନେ ମନ୍ଦିର ସହ ରମ ଜନ୍ମଭୂମି କାର୍ଯ୍ୟଶାଲା ମଧ୍ୟ ଅନୁନ୍ଧ୍ୟାନ କରନ୍ତି। କାରଣ ଯେଉଁ ରାମ ଜନ୍ମଭୂମୀ ଦୀର୍ଘ ଦଶନ୍ଧି ଧରି ଜାତୀୟ ପ୍ରସଙ୍ଗ ହୋଇ ରହିଛି ବାସ୍ତବରେ ତାହା କେତେ ଦୂର ଯଥାର୍ଥ ଏହା କେବଳ ରାଜ ଜନ୍ମଭୂମି ଯାଇଥିବା ଲୋକେ ହିଁ ସଠିକ ବୁଝି ପାରୁଥିଲେ। ପ୍ରସ୍ତାବିତ ରାମ ମନ୍ଦିର କେମିତି ହେବ ଏହା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ବଡ଼ ଉତ୍କଣ୍ଠା। ସରକାର ଏ ଦିଗରେ କେତେ ଦୂର ଆଗେଇଛନ୍ତି, କେବେ ସମ୍ପୂର୍ଣ୍ଣ ହେବ ରାମ ମନ୍ଦିର? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ମିଳେ ରାମ ମନ୍ଦିର କାର୍ଯ୍ୟଶାଳା ଭ୍ରମଣ କଲେ।
ତେବେ ପାଠକ ଜାଣିଲେ ଖୁସି ହେବେ ଯେ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତରୁ ଅଧିକ ସମ୍ପନ୍ନ ହୋଇ ସାରିଛି। ଏପରିକି ଗର୍ଭ ଗୃହ ନିମନ୍ତେ ପଥର ଖୋଦେଇ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଯାଇଛି। ଏପରିକି ମନ୍ଦିରର ପ୍ରଥମ ମହଲା ନିର୍ମାଣ ସମ୍ପର୍କିତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ଅବଶିଷ୍ଟ କାର୍ଯ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ସମ୍ପନ୍ନ ହେବ। ମନ୍ଦିରର ପ୍ରଥମ ମହଲା ପାଇଁ ୧୦୬ଖଣ୍ଡ ଖମ୍ବ ପ୍ରସ୍ତୁତ ହୋଇଯାଇଛି। ମନ୍ଦିର କାନ୍ଥରେ ନିର୍ମାଣ ହେବାକୁ ଥିବା କଳାକୃତି ମଧ୍ୟ ନିର୍ମିତ ହୋଇ ଯାଇଛି। ଅପେକ୍ଷା କେବଳ କୋର୍ଟ ନିର୍ଦେଶକୁ।
ଇତିମଧ୍ୟରେ ସିଆ ସେଣ୍ଟ୍ରାଲ ୱାକଫ ବୋର୍ଡ଼ ଅଧ୍ୟକ୍ଷ ବସୀମ ରିଜବୀ ରାମଜନ୍ମଭୂମି କାର୍ଯ୍ୟାଳୟ ଗସ୍ତ କରିଛନ୍ତି। ଏଠାରେ ରାମ ମନ୍ଦିର ପାଇଁ ବ୍ୟବହୃତ ପଥର ଖୋଦେଇ କାର୍ଯ୍ୟ ଚାଲିଛି। ଶ୍ରୀ ବସୀମ ପଥର ଖୋଦେଇ ପାଇଁ ୧୦ହଜାର ଟଙ୍କା ଦାନ ମଧ୍ୟ କରିଛନ୍ତି। ମନ୍ଦିର ନିର୍ମାଣ ପାଇଁ ସରକାର ତୁରନ୍ତ ଅଧ୍ୟାଦେଶ ଆଣିବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।
ଶ୍ରୀ ବସୀମ କାର୍ଯ୍ୟାଳୟ ଯାଇ ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ନୃତ୍ୟଗୋପାଳ ଦାସଙ୍କ ସହ ସାକ୍ଷାତ କରିଛନ୍ତି। ସମଗ୍ର ଦୁନିଆ ଜାଣିଛି ରାମଙ୍କ ଜନ୍ମ କେଉଁଠି ହୋଇଥିଲା। ରାମଙ୍କ ଜନ୍ମସ୍ଥାନରେ ଯଦି ରାମ ମନ୍ଦିର ନିର୍ମାଣ ନହେଲା ତେବେ କେଉଁଠି ହେବ ବୋଲି ସେ ପାଲଟା ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ବସୀମଙ୍କ ଏଭଳି ମନ୍ତବ୍ୟ ପରେ ରାମ ମନ୍ଦିର ଖୁବ୍‍ ଶୀଘ୍ର ନିର୍ମାଣ ଆରମ୍ଭ ହେବ ଏଭଳି ଏକ ଆଶା ସୁଦୃଢ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories