ମାଓବାଦୀଙ୍କ ପକ୍ଷରୁ ଓଡିଶା–ଛତିଶଗଡ଼ ବନ୍ଦ ଡାକରା
କଟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓଦମନ ନୀତିକୁ ବିରୋଧ କରି ସୋମାବାର ମାଓବାଦୀଙ୍କ ପକ୍ଷରୁ ଓଡିଶା–ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର କେତୋଟି ଜିଲାରେ ଏହାର ସାମନ୍ୟ ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗାରୀ, ନବରଙ୍ଗପୁର , କନ୍ଧମାଳ ଓ ନୂଆପଡ଼ାରେ ମାଓ ପୋଷ୍ଟର ସହ ରାସ୍ତା ବନ୍ଦ ରହିଥିବା ଦେଖିବାକୁ ମିଳୁଛି ।
ଦାରିଙ୍ଗବାଡିରୁ ବ୍ରାହ୍ମଣିଗାଁ ଏବଂ ଫୁଲବାଣୀରୁ ଗୋଚ୍ଛାପଡା ରାସ୍ତାରେ ମାଓବାଦୀମାନେ ଗଛ କାଟି ପକାଇ ରାସ୍ତା ବନ୍ଦ ରଖିଛନ୍ତି । ଯାହା ଦ୍ବାରା ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହା ସହ ରାସ୍ତାରେ ଓ ଗଛରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ବନ୍ଦ ପାଳନକୁ ସମର୍ଥ କରିବାକୁ ପୋଷ୍ଟରେ ଉଲ୍ଲେଖ କରାଯାଇଛି । ଏହା ସହ ବଲାଙ୍ଗୀରରେ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି ।