www.samajalive.in
Wednesday, December 10, 2025
23.1 C
Bhubaneswar

ରାମ ମନ୍ଦିର ପ୍ରସଙ୍ଗ: ୨୫ ବର୍ଷ ପୂର୍ବର କଥା ମନେ ପକାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଏବେ ରାମ ମନ୍ଦିର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆଜିକୁ ୨୫ ବର୍ଷ ପୂର୍ବେ ଘଟିଥିବା ଘଟଣା ନେଇ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ୨୫ ବର୍ଷ ପୂର୍ବରୁ ଯେତେବେଳେ ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଟ୍ରଷ୍ଟ ଗଠନ ପାଇଁ ସମସ୍ତ ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବାଚାର୍ଯ୍ୟମାନେ ସ୍ଵାକ୍ଷର କରିଥିଲେ ମଧ୍ୟ ସେ ସ୍ଵାକ୍ଷର କରିନଥିଲେ। ସେ କହିଛନ୍ତି ଯେ ସେ ସେତେବେଳେ ଶଙ୍କରାଚାର୍ଯ୍ୟ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ସ୍ଵାକ୍ଷର କରିନଥିଲେ।

- Advertisement -

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଏବେ ଯାହା ହେବାକୁ ଯାଉଛି ତାହା ୨୫ ବର୍ଷ ପୂର୍ବରୁ ପି.ଭି. ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ହୋଇଯାଇଥାନ୍ତା କିନ୍ତୁ ସ୍ବର୍ଗତ ରାଓ ତାଙ୍କ ମତାମତକୁ ଉପେକ୍ଷା କରିନଥିଲେ। କେବଳ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାକ୍ଷର ନ କରିବା ଯୋଗୁ ଏବେ ରାମ ମନ୍ଦିର ନିର୍ମାଣ ନେଇ ଯୋଜନା ହୋଇଛି ତାହା ସେ ସମୟରୁ ହେବାର ସମ୍ଭାବନା ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସମୟରେ କିଛି ଦୂରତାରେ ଉଭୟ ମନ୍ଦିର ଓ ମସଜିଦ ନିର୍ମାଣ ପାଇଁ ଯୋଜନା ଥିଲା ଓ ଏବେ ମଧ୍ୟ ସେଭଳି ଯୋଜନା ହୋଇଛି।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ସେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁ ନ ଥିଲେ, ରାମ ମନ୍ଦିର ନିକଟରେ ନିର୍ମାଣ ହେବାକୁ ଥିବା ଅନ୍ୟ ପ୍ରକଳ୍ପଗୁଡିକ ଭଲ ନ ଲାଗିବାରୁ ସେ ସ୍ଵାକ୍ଷର କରି ନ ଥିଲେ। ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ନିଶ୍ଚୟ ଜଣାଥିବା ବୋଲି କହିବା ସହ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ତାଙ୍କ ସହ କୌଣସି ବିଚାର ବିମର୍ଶ କରାଯାଇନାହିଁ। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ସମ୍ବିତ ପାତ୍ର ଅନେକ ସମୟରେ କୌଣସି ନା କୌଣସି ସମସ୍ୟା ନେଇ ଆଲୋଚନା କରିବାକୁ ଆସନ୍ତି କିନ୍ତୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ନୁହେଁ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories