www.samajalive.in
Wednesday, December 10, 2025
23.1 C
Bhubaneswar

ଘାରିଛି ଋଣ ପରିଶୋଧ ଚିନ୍ତା; ଦୁଗ୍ଧ ଚାଷୀଙ୍କ ଦୁଃଖ ଲାଘବ ହେବ କେବେ?

ଟିଟିଲାଗଡ଼ : ସମ୍ପ୍ରତି କରୋନା ମହାମାରୀ ଅନେକ ଲୋକଙ୍କ ଜୀବନ ଜୀବିକା ବୁଡାଇ ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅଂଚଳର ଦୁଗ୍ଧ ଚାଷୀଙ୍କ  ଦୁଃଖ ବଳି ପଡିଛି। ବଲାଙ୍ଗିର କଲାହାଣ୍ଡି ଏବଂ ନୁଆପଡା (ବିକେଏନ) ଦୁଗ୍ଧ ସେବା ସମବାୟ ସମିତି ଦ୍ୱାରା ପ୍ରୋତ୍ସାହନ କ୍ରମେ ସେପ୍ଟେମ୍ବର ୨୦୧୮ରେ ସ୍ଥାନୀୟ ୬ଟି ସମିତିର ଚାଷୀ ମିଳିତ ଭାବରେ ଜୟ ଜଗନ୍ନାଥ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଗଠନ ସହ ଓମଫେଡକୁ ଦୁଗ୍ଧ ଯୋଗାଣ ଆରମ୍ଭ କରିଥିଲେ। ଭବାନିପାଟଣାରୁ ଓମଫେଡ ଦୁଗ୍ଧ ଭ୍ୟାନ ଆସି ଚାଷୀଙ୍କ ଦୁଗ୍ଧ ସଂଗ୍ରହ ଆରମ୍ଭ କରିଥିଲା। ପରେ ଓମଫେଡ ପକ୍ଷରୁ ଗତ ୨୯.୧.୧୯ରେ ଟିଟିଲାଗଡ ବ୍ଲକ କତରକେଲା ଠାରେ ୧୪୦୦ ଲିଟର କ୍ଷମତାପ୍ରାପ୍ତ ଏକ ମିନି ଦୁଗ୍ଧ ଶୀତଳିକରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା। ଫଳରେ ଦୁଗ୍ଧ ଚାଷୀ ଉତ୍ସାହିତ ହେବା ସହ ଟିଟିଲାଗଡ ତଥା କଳାହାଣ୍ଡି ଜିଲା ଅନ୍ତର୍ଗତ ୧୫ଟି ସମିତିର ୬୦୦ ଚାଷୀ ପରିବାର ଏହି କେନ୍ଦ୍ର ଜରିଆରେ ଓମଫେଡକୁ ଦୁଗ୍ଧ ଯୋଗାଇ ଲାଭାନ୍ୱିତ ହୋଇପାରିଥିଲେ। ହେଲେ ମାର୍ଚ୍ଚ ୨୪ରୁ ଦେଶରେ ସଟଡାଉନ୍ ଘୋଷଣା ପରଠାରୁ ଚାଷୀଙ୍କ ଉପରେ ବଜ୍ର ପଡିବା ସଦୃଶ ହୋଇଛି। ଓମଫେଡ୍ ପକ୍ଷରୁ ପୂର୍ବଭଳି ନିୟମିତ ଦୁଗ୍ଧ ସଂଗ୍ରହ ବନ୍ଦ କରିଦିଆଯାଇଛି। ମାସକୁ ପ୍ରାୟ ୧୦/୧୨ ଦିନ ଦୁଗ୍ଧ ସଂଗ୍ରହ ବନ୍ଦ ସହ କେବଳ ଚାଷୀଙ୍କ ଗୋଟିଏ ଓଳିର ଦୁଗ୍ଧ ବିକ୍ରୟ ହେଉଛି। ଏନେଇ ଦୁଗ୍ଧ ଚାଷୀ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଚାଲିଛନ୍ତି। ଅନେକ ଉତ୍ସାହିତ ଚାଷୀ ପରିବାର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଗାଈ କିଣିଛନ୍ତି। ଏଭଳି ସ୍ଥଳେ ଓମଫେଡ ପକ୍ଷରୁ ଦୁଗ୍ଧ ବିକ୍ରୟ ହେଉନାହିଁ ବୋଲି କହି ଦୁଗ୍ଧ ସଂଗ୍ରହ ପରିମାଣ ହ୍ରାସ କରିବାରୁ ଚାଷୀ ଆର୍ଥିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଦୁଗ୍ଧ ବିକ୍ରୟ ହ୍ରାସ ହୋଇଥିବା ବେଳେ ଗାଈଙ୍କ ଦାନା ଯୋଗାଡ ସହ ନିଜ ପରିବାରର ପେଟପାଟଣା ଚାଷୀଙ୍କ ପାଇଁ କଷ୍ଟକର ହୋଇପଡିଛି।

ଏପରିପ୍ରେକ୍ଷୀରେ ବ୍ୟାଙ୍କ ଋଣ ସାଙ୍ଗକୁ ୧୨.୫ ପ୍ରତିଶତ ସୁଧ କିଭଳି ପରିଶୋଧ କରିବେ ସେ ନେଇ ଚାଷୀ ପରିବାର ଚିନ୍ତାରେ ଘାରି ହେଉଛନ୍ତି। ଅପରପକ୍ଷରେ ବ୍ୟାଙ୍କ ଗୁଡିକ ପକ୍ଷରୁ ଚାଷୀଙ୍କୁ ଋଣ ପରିଶୋଧ ପାଇଁ ଚାପ ବଢିବାରେ ଲାଗିଛି। ନୂତନ ଗାଈ ଋଣ ପ୍ରଦାନ କରାଯାଉନାହିଁ। ଏପରିସ୍ଥଳେ ମହାମାରୀ ପରିସ୍ଥିତିରେ ଚାଷୀଙ୍କ ବ୍ୟାଙ୍କ ସୁଧ ଛାଡ, ନୂତନ ଗାଈ ଋଣ ପ୍ରଦାନ, କତରକେଲା ମିନି ଦୁଗ୍ଧ ପ୍ଲାନ୍ଟର କ୍ଷମତା ୫ ହଜାର ଲିଟରକୁ ବୃଦ୍ଧି ଏବଂ ଓମଫେଡ ପକ୍ଷରୁ ନିତ୍ୟ ଦୁଗ୍ଧ ସଂଗ୍ରହ ପାଇଁ ବରିଷ୍ଠ ଚାଷୀ ପିତାମ୍ବର ବେହେରା, ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ ଦାବି କରିଛନ୍ତି। ଏହା ସହ ଟିଟିଲାଗଡ଼ ବ୍ଲକ ଅଂଚଳରେ ଜଳସେଚନ ସୁବିଧା ନଥିବା ନେଇ ଚାଷ କାର୍ଯ୍ୟ ପାଇଁ ବିରାଟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବିକଳ୍ପ ପନ୍ଥା ଭାବରେ ଗୋପାଳନ ତଥା ଦୁଗ୍ଧ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଏହି ଅଂଚଳରେ ଦୁଗ୍ଧ ପ୍ରକ୍ରୀୟାକରଣ ଶିଳ୍ପ ପ୍ରତିଷ୍ଠା କରାଗଲେ ଦୁଗ୍ଧ ଚାଷୀ ପରିବାର ଉପକୃତ ହୋଇପାରନ୍ତେ ବୋଲି ଚାଷୀ ମହଲରେ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ସମ୍ପ୍ରତି ଟିଟିଲାଗଡରେ ଉପଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସୌମେଶ ଉପାଧ୍ୟାୟ ଏହା ପୂର୍ବରୁ ଓମଫେଡର ସିଏମଡି ଭାବରେ କାର୍ଯ୍ୟ କରୁଥିଲେ। ତେଣୁ ଦୁଗ୍ଧଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଶ୍ରୀ ଉପାଧ୍ୟାୟ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୁଗ୍ଧ ଚାଷୀଙ୍କ ପକ୍ଷରୁ ଆଶା କରାଯାଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories