ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୨୨ ଯାଏଁ ଦର୍ଶନ ବନ୍ଦ

ଡେସ୍କ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଆସୁଥିବା ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ରହିବାକୁ ଥିବା ସ୍ଥାନ ଟେଣ୍ଟଜ୍ ସିଟି ଦେଖିବାକୁ ଯାଇଥିଲେ। ଏହି ସମାରୋହକୁ ଦୃଷ୍ଟିରେ ରଖି ଅଯୋଧ୍ୟା ସମେତ ସମଗ୍ର ରାଜ୍ୟରେ ସୁରକ୍ଷା ବୃଦ୍ଧି କରାଯାଇଛି।

ବଦଳିଲେ ୪୪ଟି ମହାନଗର ନିଗମ, ଏନଏସି ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀ

ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଆଜି ଅନେକ ରୀତିନୀତି ଅନୁଷ୍ଠିତ ହେଉଛି, ଯେଉଁଥିରେ ଦେବ ପ୍ରବୋଧନ, ଔଷଧ ଅଧିବାସ, ଗ୍ରହିତା ଅଧିବାସ, କୁଣ୍ଡ ପୂଜନ ଏବଂ ଅଗ୍ନିକୁଣ୍ଡ ସ୍ଥାପନ ଅନ୍ତର୍ଭୁକ୍ତ। ଗଣେଶ ଶାସ୍ତ୍ରୀ ଦ୍ରାବିଡ଼ଙ୍କ ତତ୍ତ୍ୱାବଧାନରେ ଏହି ରୀତିନୀତି ଜାନୁଆରୀ ୨୧ ପର୍ଯ୍ୟନ୍ତ ଚାଲିବ। ଅସ୍ଥାୟୀ ମନ୍ଦିରରେ ରାମ ଲାଲାଙ୍କ ଦର୍ଶନ ପାଇଁ ଆଜି ଶେଷ ଦିନ ଏବଂ ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ରାମ ଲାଲାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ବନ୍ଦ ରହିବ।

Comments are closed.