ବଦଳିଲେ ୪୪ଟି ମହାନଗର ନିଗମ, ଏନଏସି ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀ

ଡେସ୍କ: ରାଜ୍ୟ ସରକାର ଆଜି ବଡ ଧରଣର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଏହାକୁ ବଡ ଧରଣର ବଦଳି ବୋଲି କୁହାଯାଉଛି। ରାଜ୍ୟ ସରକେ ଏକାବେଳକେ ୪୪ଟି ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀଙ୍କ ବଦଳି କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ସମ୍ବିତ କୁମାର ରାଉତଙ୍କୁ ବିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି।

Comments are closed.