ଆଜି ଏନସିବି କାର୍ଯ୍ୟାଳୟରେ ହାଜର ହେବେ ଅଭିନେତ୍ରୀ ରାକୁଲପ୍ରୀତ
ମୁମ୍ବଇ : ଡ୍ରଗ୍ସ ଲିଙ୍କ ଘଟଣାରେ ବଲିଉଡର ବହୁ ସିନେ ତାରକାଙ୍କ ନାଁ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଜୋରସୋର ଜାରି ରହିଛି। ଏନସିବି ପକ୍ଷରୁ ସାରା ଅଲ୍ଲୀ ଖାନ, ଦୀପିକା ପାଦୁକନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହଙ୍କୁ ସମନ ପଠାଯାଇଥିବା ସହ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଆଜି ରାକୁଲପ୍ରୀତ ଏନସିବିର କାର୍ଯ୍ୟାଳୟରେ ହାଜିର ହେବେ ବୋଲି ଜଣାପଡ଼ିଛି।
ଏହାଛଡ଼ା ଏନସିବି ପକ୍ଷରୁ ଦୀପିକା ପାଦୁକନ, କରିଶ୍ମା ପ୍ରକାଶଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯିବ। ଏହାସହ ଏହି ଘଟଣାରେ ଏନସିବି ପକ୍ଷରୁ ମୁମ୍ବଇର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।
ସେହିପରି ଅଭିନେତ୍ରୀ ରାକୁଲପ୍ରୀତ ସିଂହଙ୍କୁ ଗୁରୁବାର ପଚରାଉଚରା ପାଇଁ ଡକାଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସମନ ମିଳିନଥିବା ସେ ପ୍ରଥମେ କହିଥିଲେ। ପରେ ଏନସିବିର ଅଧିକାରୀ ପୁଣି ତାଙ୍କୁ ସମନ ପଠାଇଥିଲେ। ଏହାପରେ ସେ ସମନ ମିଳିଥିବା ନେଇ ଜଣାଇଥିଲେ। ଆଜି ତାଙ୍କୁ ଏନସିବି କାର୍ଯ୍ୟାଳୟରେ ପଚରାଉଚରା କରାଯିବ।
Comments are closed.