www.samajalive.in
Saturday, December 6, 2025
15.1 C
Bhubaneswar

ରାକ୍ଷୀର ଏକ ହୃଦୟସ୍ପର୍ଶୀ କାହାଣୀ

ଶ୍ରାବଣ ମାସର ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ରକ୍ଷା ବନ୍ଧନର କିଛି ସ୍ୱତନ୍ତ୍ର ମହତ୍ତ୍ୱ ବ୍ରାହ୍ମଣ ମାନଙ୍କର ମଧ୍ୟ ରହିଛି। ପ୍ରାଚୀନ ପରମ୍ପରା ଅନୁଯାୟୀ ମୁନିଋଷି ମାନେ ବହୁ ଯଜ୍ଞ କରୁଥିଲେ। ଧାର୍ମିକ କାର୍ଯ୍ୟକଳାପ ନିମନ୍ତେ ଋଷି ମାନେ ନିଜ ଦେଶର ରାଜା ମାନଙ୍କ ଠାରୁ ବଚନବନ୍ଧ କରାଇଥାଆନ୍ତି। ରାଜା ମଧ୍ୟ ତାଙ୍କୁ ରକ୍ଷାର ବଚନ ଦେଇ ଆର୍ଶୀବାଦ ଗ୍ରହଣ କରୁଥିଲେ। ସେହିପରି ଭଉଣୀ ମଧ୍ୟ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାକୁ ରକ୍ଷା କରିବାର ବଚନ ନେଇଥାଏ। ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଏକ ହୃଦୟସ୍ପଶୀ କାହାଣୀ ରହିଛି। ଆସନ୍ତୁ ଜାଣିବା ସେହି କାହାଣୀକୁ………..

ପ୍ରାୟ ୪୦୦ ବର୍ଷ ତଳର କଥା ହେବ। ମେୱାରର ରାଜା ମହାରାଣା ସଂଗ୍ରାମ ସିଂହଙ୍କର ମୃତ୍ୟ ହୋଇଯାଇଥିଲା। ଏହା ପରେ ତାଙ୍କ ମୃତ୍ୟ ପରେ କୁମାର ବିକ୍ରମାଦିତ୍ୟ ସିଂହାସନରେ ବସିଲେ। ସେହି ସମୟରେ ସେ ଖୁବ ଛୋଟ ଥିଲେ। ତେଣୁ ରାଜ୍ୟର ଅବସ୍ଥା ଭଲ ନ ଥିଲା। ରାଜ୍ୟର ସ୍ଥିତି ବିଷୟରେ ଜାଣି ଗୁଜୁରାଟର ଶାସକ ବାହାଦୂରଶାହା ମେୱାର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ମଧ୍ୟ ରାଜମାତା କର୍ଣ୍ଣବତୀ ବ୍ୟସ୍ତ ହୋଇ ନ ଥିଲେ।

- Advertisement -

ସେହି ସମୟରେ ଦିଲ୍ଲୀରେ ବାଦଶାହା ହ୍ୟୁମାୟୁଙ୍କର ଶାସନ ଥିଲା। ରାଜମାତା କର୍ଣ୍ଣବତୀ ତାଙ୍କ ପାଖକୁ ରେଶମୀ ସୂତାର ଏକ ରାକ୍ଷୀ ଓ ଏକ ଚିଠି ପଠାଇଥିଲେ। ସେହି ଚିଠିରେ ଲେଖା ହୋଇଥିଲା- ‘ମହାରାଜା ତ ଏ ଦୁନିଆରେ ନାହାନ୍ତି,ରାଜକୁମାର ଏବେ ଛୋଟ ଅଛନ୍ତି। ରାଜ୍ୟର ସ୍ଥିତି ଭଲ ନଥିବାରୁ ଏହାର ସୁଯୋଗ ନେଇ ବାହାଦୂରଶାହା ରାଜ୍ୟ ଉପରେ ଆକ୍ରମଣ କରୁଛି।ମୁଁ ରାକ୍ଷୀ ପଠାଉଛି ଆପଣ ଏହାକୁ ସ୍ୱୀକାର କରନ୍ତୁ ଓ ମହାରାଜାଙ୍କ ସିଂହାସନର ରକ୍ଷା କରନ୍ତୁୁ।ରାକ୍ଷୀ ଓ ପତ୍ର ପାଇବା ପରେ ହ୍ୟୁମାୟୁନ ଭଉଣୀର ରକ୍ଷା ପାଇଁ ସଂକଳ୍ପ କରିବା ସହ ନିଜର ବିଶାଳ ସୈନ୍ୟସମାନ୍ତଙ୍କ ସହ ମେୱାରରେ ପହଞ୍ଚିଥିଲେ।ଭାଇ- ଭଉଣୀ ସଂପର୍କର ମର୍ଯ୍ୟାଦାକୁ ରକ୍ଷା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories