www.samajalive.in
Saturday, December 6, 2025
15.1 C
Bhubaneswar

ମୋର କେହି ସମ୍ମାନ କରୁନାହାନ୍ତ, ବୋଧେ ମଲା ପରେ କରିବେ : ମୁଲାୟମ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଦଳରେ ନିଜର ଉପେକ୍ଷାକୁ ନେଇ ଶନିବାର କ୍ଷୋଭ ଏବଂ କୋହ ଭରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ମୋର ହେକି ସମ୍ମାନ କରୁନାହାନ୍ତି, ବୋଧେ ମଲା ପରେ ଲୋକ ସମ୍ମାନ କରିବେ। ଲୋହିଆଙ୍କ ସହ ମଧ୍ୟ ଏପରି ହୋଇଥିଲା। ଲୋହିଆ କହୁଥିଲେ ଯେ ବଞ୍ଚିଥିବା ପର୍ଯ୍ୟନ୍ତ କେହି ସମ୍ମାନ କରନ୍ତି ନାହିଁ। ମୁଲାୟମଙ୍କ ଏହି ମନ୍ତବ୍ୟ ଉପରେ ବିଜେପି କଟାକ୍ଷ କରି କହିଛି ଯେ ଯେମିତି କରିଥିଲେ ସେମିତି ଫଳ ପାଉଛନ୍ତି।
ପ୍ରକାଶଯୋଗ୍ୟ ଯେ ମୁଲାୟମ ଶନିବାର ସପାର ଅନ୍ୟତମ ପ୍ରତିଷ୍ଠାତା ଭଗବତୀ ସିଂହଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେଠାରେ ସେ ଏହି ଆବେଗପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ମୁଲାୟମଙ୍କ ମନ୍ତବ୍ୟ ଉପରେ ଉତ୍ତରପ୍ରଦେଶ ବିଜେପି ମୁଖପାତ୍ର ରାକେଶ ତ୍ରିପାଠୀ କହିଛନ୍ତି ଯେ ଯିଏ କରସେବକଙ୍କ ଉପରେ ଗୁଳି ଚଳାଇଛନ୍ତି ଓ ମୁସଲମାନ ତୁଷ୍ଟିକରଣ ରାଜନୀତି କରନ୍ତି ତାଙ୍କୁ କେହି ସମ୍ମାନ କରନ୍ତି ନାହିଁ। ତାଙ୍କ ପୁଅ ବି ତାଙ୍କୁ ସମ୍ମାନ ନ କରି ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦା କରିଦେଲା। ଆକାଶିଆ ଗଛ ଲଗେଇ ଆମ୍ବ କେଉଁଠୁ ପାଇବେ। ମୁଲାୟମଙ୍କ ମନ୍ତବ୍ୟ ପରେ ତାଙ୍କ ଭାଇ ଶିବପାଲ ଯାଦବ କହିଛନ୍ତି ଯେ କିଏ ସମ୍ମାନ କରୁ କି ନାହିଁ, ମୁଁ ନେତାଜୀଙ୍କ ସମ୍ମାନ କରେ। ଦଳରୁ ମୋତେ ବି ଉପେକ୍ଷା କରାଯାଉଛି ଓ ଏମିତି ଦେଢ ବର୍ଷ ବିତି ଗଲାଣି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories