www.samajalive.in
Monday, December 15, 2025
17.1 C
Bhubaneswar

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଆଜି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ପାରିତ ହେଲା ମହିଳା ସଂରକ୍ଷଣ ବିଲ। ଏହି ବିଲ ବିରୋଧରେ ଗୋଟିଏ ହେଲେ ଭୋଟ ପଡ଼ିଲା ନାହିଁ। ସଂସଦର ଉଭୟ ଗୃହରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ।

ଆଇନରେ ପରିଣତ ହେବା ଦିଗରେ ଆଉ ପାଦେ ଆଗେଇଛି ମହିଳା ସଂରକ୍ଷଣ ବିଲ୍। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ। ଦୀର୍ଘ ୧୧ ଘଣ୍ଟାର ବିତର୍କ ପରେ ସର୍ବସମ୍ମତିକ୍ରମେ ଏହି ବିଲ୍‌ ପାରିତ ହୋଇଛି। ତେବେ ବିରୋଧୀ ଏହାର ପ୍ରାବଧାନ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ମହିଳା ସଂରକ୍ଷଣ ବିଲ୍‌ରେ ଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଏବଂ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ବିରୋଧୀ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାସତ୍ତ୍ବେ ସରକାର ମହିଳା ସଂରକ୍ଷଣ ବିଲ୍‌ରେ କୌଣସି ପ୍ରକାରର ସଂଶୋଧନ ଆଣିନାହାନ୍ତି। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ସର୍ବସମ୍ମତିକ୍ରମେ ଏହା ପାସ ହୋଇଛି। ବିଲ୍ ସପକ୍ଷରେ ୨୧୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନାହିଁ।
ବୁଧବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ଉପସ୍ଥାପନ କରାଯାଇଥିଲା। ପ୍ରାୟ ୮ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ପାସ୍‌ ହୋଇଥିଲା। ମହିଳା ବିଲ ବିଲ୍‌ ସପକ୍ଷରେ ୪୫୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ ଏହାକୁ ବିରେଧ କରି କେବଳ ୨ ଜଣ ଭୋଟ ଦେଇଥିଲେ। ଏହି ବିଲ ଲୋକସଭାରେ ପାରିତ ହୋଇଥିବାରୁ ଆଜି ରାଜ୍ୟସଭାରେ ଏହାକୁ ଆଗତ କରାଯାଇଥିଲା।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories