www.samajalive.in
Sunday, December 14, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ

ତିଗିରିଆ : ତିଗିରିଆ ବ୍ଲକ ବଡ଼ନାଉପୁଟ ପଞ୍ଚାୟତସ୍ଥିତ ଖଣ୍ଡହତା ଗ୍ରାମ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ପୌରୋହିତରେ ମୁଖ୍ୟ ଅତିଥି ତଥା ତିଗିରିଆ ବ୍ଲକର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ସମ୍ମାନୀତ ଅତିଥି  ତିଗିରିଆ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତା, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତ, ବଡ଼ନାଉପୁଟ ସରପଞ୍ଚ ପ୍ରିତିମୟୀ ପଣ୍ଡା, ସମିତିସଭ୍ୟା ଦମୟନ୍ତୀ ପ୍ରଧାନ, ମୋ ସ୍କୁଲ ସଭାପତି ପ୍ରସନ୍ନ କୁମାର ଚୌଧୁରୀ, ବିଦ୍ୟାଳୟ ପରିଚାଳନା ସଭାପତି ପୂର୍ଣ୍ଣଚନ୍ଦ୍ର ଗୋଛି, ବଡ଼ନାଉପୁଟ ମଣ୍ଡଳ ସଂଯୋଜକ ପ୍ରଭାତ କୁମାର ପଣ୍ଡା, ମିଶନ ଶକ୍ତିର ସଭାନେତ୍ରୀ ସମସୂତା ବେଗମଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ମୋଟ ୧୦୩ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଆଗାମୀ ହାଇସ୍କୁଲ ପରୀକ୍ଷାରେ ଶିକ୍ଷାର୍ଥୀଗଣ କିପରି ଭଲ ଭାବରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ତଥା ଓଡ଼ିଶାର ନାମ ରଖିବେ ସେ ନେଇ ଅତିଥିମାନେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories